Advertisment

ତେଜୁଛି ଅସନ୍ତୋଷ, ବଢୁଛି ବିଦ୍ରୋହ; ଆମଦାନୀ ନେତାଙ୍କୁ ନେଇ ଅକଳରେ ପଡ଼ିବ କି ବିଜେଡି ?

ଆମଦାନୀ ନେତାଙ୍କୁ ନେଇ ଏବେ ଅକଳରେ ବିଜେଡି । ଆଶାୟୀଙ୍କ ଲମ୍ବା ତାଲିକା ସତ୍ତ୍ୱେ ବି ଅନ୍ୟ ଦଳରୁ ନେତା ଟାଣୁଛି ବିଜେଡି । କିନ୍ତୁ ଗ୍ରହଣ କରି ପାରୁ ନାହାନ୍ତି ପୁରୁଣା ନେତା ।

author-image
Sujit kumar Swain
undefined

BJD

ଏମିତିରେ ତ ବିଜେଡି ଟିକେଟ୍ ପାଇଁ ହଜାର ହଜାର ଆଶାୟୀ । ତା ସତ୍ତ୍ବେ ବି ଅନ୍ୟ ଦଳରୁ ନେତା ଆଣିବାକୁ କସରତ ଜାରି ରଖିଛି ଦଳ। ଏପରିକି ୧୯ ନିର୍ବାଚନରେ ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଥିବା ଟିକେଟ୍ ଆଶାୟୀଙ୍କୁ ବି ଦଳ ସ୍ବାଗତ କରୁଛି । ଯାହାକୁ ନେଇ ଦଳ ଭିତରେ ତେଜିଲାଣି ଅସନ୍ତୋଷ । ପାରାଦୀପରେ ବାପି ସର୍ଖେଲଙ୍କ ପତ୍ନୀ, ନୂଆପଡ଼ାରେ ଅଧିରାଜ ପାଣିଗ୍ରାହୀ, କେନ୍ଦ୍ରାପଡ଼ାରେ ଅଂଶୁମାନ ମହାନ୍ତିଙ୍କ ଯୋଗଦାନକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପୁରୁଖା କର୍ମୀ । ଯାହାକୁ ନେଇ ଟେନସନରେ ଦଳ ।

Advertisment

ଆମଦାନୀ ନେତାଙ୍କୁ ନେଇ ଏବେ ଅକଳରେ ବିଜେଡି। ତେଜୁଛି ଅସନ୍ତୋଷ, ବଢୁଛି ବିଦ୍ରୋହ। ଆଶାୟୀଙ୍କ ଲମ୍ବା ତାଲିକା ସତ୍ତ୍ୱେ ବି ଅନ୍ୟ ଦଳରୁ ନେତା ଟାଣୁଛି ବିଜେଡି। କିନ୍ତୁ ଗ୍ରହଣ କରି ପାରୁ ନାହାନ୍ତି ପୁରୁଣା ନେତା । ଯେମିତି ପାରାଦୀପରୁ ଅରିନ୍ଦମ ସର୍ଖେଲଙ୍କ ପତ୍ନୀ ମନିଦୀପା ସର୍ଖେଲଙ୍କ ବିଜେଡିର ଯୋଗଦାନ । ୨୦୧୯ରେ ଅରବିନ୍ଦ ବା ବାପି ସର୍ଖେଲ କଂଗ୍ରେସରୁ ଛିଡା ହୋଇ ସିଧାସଳଖ ଫାଇଟ୍ କରିଥିଲେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ସହ। ତେଣୁ ଏବେ ବାପିଙ୍କ ପତ୍ନୀ ବିଜେଡିରେ ମିଶିବା ପରେ ଗ୍ରହଣ କରିପାରୁ ନାହାନ୍ତି ସାଧାରଣ କର୍ମୀ। ବିଜେଡିରୁ ଯାହାକୁ ହେଲେ ବି ଦଳ ଟିକେଟ ଦେଉ, କିନ୍ତୁ ବାହାରୁ ନେତା ଆଣିବା ଠିକ୍ ନୁହେଁ ବୋଲି କହିଛନ୍ତି ଶାସକ ଦଳର କର୍ମୀ। 

ତେବେ ସମାନ ଢଙ୍ଗରେ ନୂଆପଡା ଖଡିଆଳରେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଯୋଗଦାନକୁ ବିରୋଧ କରିଛନ୍ତି ପୁରୁଣା ବିଜେଡି କର୍ମୀ । କାହିଁକି ନା ୨୦୧୯ରେ ଖଡିଆଳରେ କଂଗ୍ରେସ ଓ ବିଜେଡି ମଧ୍ୟରେ ହୋଇଥିଲା କାଣ୍ଟେ କି ଟକ୍କର। ମାତ୍ର ୨ ହଜାର୮୫୭ ଭୋଟରେ ହାରିଥିଲେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ। ଆଉ ନିର୍ବାଚନ ନିକଟରେ ଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ଅଧିରାଜଙ୍କ ଯୋଗଦାନକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିଜେଡି କର୍ମୀ । ଖାଲି ପାରାଦୀପ କି ନୂଆପଡ଼ା ନୁହେଁ ଏମିତି ଅନେକ ସ୍ଥାନରେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କୁ ବି ଦଳ ରେଡ୍ କାରପେଟ୍ ପକାଇ ସ୍ବାଗତ କରିଛି। ଯାହାକୁ ନେଇ ସବୁଠି ଅସନ୍ତୋଷ ତେଜିଲାଣି । 

Advertisment

ସେହିଭଳି ନୟାଗଡ଼ରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିଦ୍ୱନ୍ଦ୍ବୀ ବିଜେପି ପ୍ରାର୍ଥୀ ଇରାନୀ ରାୟ ବି ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଠିକ ସେମିତି ରାଜନଗରରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବି କିଛି ଦିନ ତଳେ ଶଙ୍ଖ ଧରିଥିଲେ। ତାଙ୍କୁ ଏବେ ବି ବିଜେଡିର ଗୋଟିଏ ଗୋଷ୍ଠୀ ବିରୋଧ ଜାରି ରଖିଛି। ବଡ କଥା ହେଲା ଆମଦାନୀ ନେତାଙ୍କ ପାଇଁ ଦଳ ଅଡୁଆରେ ବି ପଡି ସାରିଛି। ଏମିତି କି ତେଲକୋଇରେ ୨୦୧୯ରେ ବିଜେପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କୁ ବିଜେଡି ଆପଣାଇବା ପରେ ଦଳ ଛାଡି ସାରିଛନ୍ତି ବିଧାୟକ ପ୍ରେମାନନ୍ଦ ନାୟକ। 

ସେହିପରି ଭୁବନେଶ୍ବର ଜୟଦେବ ଆସନରେ ବି ପାରାଲାଲ ସଙ୍ଗଠନ ପାଇଁ ଅରବିନ୍ଦ ଢାଲି ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ବିଜେଡି କିନ୍ତୁ କହୁଛି ନିର୍ବାଚନ ବେଳେ ଏମିତି ଘଟଣାକ୍ରମ ହୁଏ, ହେଲେ ଦଳ ମ୍ୟାନେଜ୍ କରିପାରିବ । ଏମିତି ସ୍ଥିତିରେ ଆମଦାନୀ ନେତାଙ୍କୁ କେମିତି ଦଳ ଥଇଥାନ କରୁଛି ଆଉ ବିରୋଧୀ ବା ବିଦ୍ରାହୀଙ୍କୁ କେମିତି ମ୍ୟାନେଜ୍ କରୁଛି ତା ଉପରେ ନଜର। 

BJD General Elections 2024
Advertisment
Advertisment