Advertisment

ଅଜବ ରାଜନୀତି ! ନାମାଙ୍କନ ଭରିସାରିଥିଲେ କଂଗ୍ରେସ ପ୍ରାର୍ଥୀ, ସନ୍ଧ୍ୟାରେ କଟିଲା ଟିକେଟ...

କାହିଁକି ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ, ସେନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

author-image
Satyendu Shekher Mishra
undefined

Digapahandi Congress

ଦିନବେଳେ ଉତ୍ସାହ ଆଉ ଉତ୍କଣ୍ଠାର ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, କେଇ ଘଣ୍ଟା ପରେ ଖବର ପାଇଲେ ତାଙ୍କ ଟିକଟ କଟିଯାଇଛି। ଘଟଣା ଘଟିଛି କଂଗ୍ରେସର ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ଶ୍ରୀଧର ଦେବଙ୍କ ସହ। ତାଙ୍କ ସ୍ଥାନରେ କଂଗ୍ରେସ ସାକା ସୁଜିତ କୁମାରଙ୍କୁ ଟିକଟ ଦେଇଛି। ଅର୍ଥାତ ସାକା ସୁଜିତ କୁମାର ହେଉଛନ୍ତି ଦିଗପହଣ୍ଡିର ନୂଆ କଂଗ୍ରେସ ବିଧାୟକ ପ୍ରାର୍ଥୀ। ଏନେଇ ସୋସିଆଲ୍ ମିଡ଼ିଆ Xରେ ଦର୍ଶାଇଛି ଓଡ଼ିଶା କଂଗ୍ରେସ। ୨୦୧୪ରେ ମଧ୍ୟ ସେ ଦିଗପହଣ୍ଡିରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ ଏବଂ ଦ୍ବିତୀୟ ସ୍ଥାନରେ ଥିଲେ। ତେବେ କାହିଁକି ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ, ସେନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

BJD BJP Congress Odisha Politics General Election 2024
Advertisment
Advertisment