/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713941965.jpg)
Naveen Patnaik
ସାଧାରଣ ନିର୍ବାଚନ ପାଇଁ ପ୍ରଥମଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ। ହିଞ୍ଜିଳିରେ ପହଞ୍ଚି ଲୋକଙ୍କୁ ସମ୍ୱୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ କରିଛନ୍ତି ପ୍ରଚାର।
ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ନବୀନ। ସେ କହିଛନ୍ତି, ହିଞ୍ଜିଳିରୁ ବିଜେଡିର ଜୟ ଯାତ୍ରା ଆରମ୍ଭ ହେଲା। ଆପଣମାନଙ୍କର ସ୍ନେହ, ସମର୍ଥନ ପାଇଁ ଚିର ଋଣୀ ରହିବି। ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର। ଏମାନଙ୍କ ପାଇଁ କାମ କରି ଚାଲିଛି ଓ ଶେଷ ଯାଏଁ କରିବି। ମିଶନ ଶକ୍ତି ମାଆ ମାନେ ଉଦ୍ୟୋଗୀ ହେଲେଣି। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରଣ ହେବ।୨୦୩୬ ସୁଦ୍ଧା ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ।
ଅଧିକ ପଢ଼ନ୍ତୁ: ବିଜେଡି ବିରୋଧରେ ‘ଚାର୍ଜସିଟ୍’ ଆଣିଲା ବିଜେପି, ‘୨୫ ବର୍ଷର ପାପ ପେଡ଼ି’ ନାଁରେ କଲା ରିଲିଜ୍
ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଅପପ୍ରଚାର କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ। ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି। ଏଭଳି କରି କେହି କେବେ ସଫଳ ହେବେନି ବୋଲି ସେ କହିଛନ୍ତି। ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି। ଆପଣଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ । ବିଜୟ ଧାରା ଜାରି ରହିବ। ଲୋକସଭାରେ ବି ବହୁତ ଭଲ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନନ୍ତି। ଏଥିସହ ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ହେବ ମୁଖ୍ୟମନ୍ତ୍ରୀ ସଭାରେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)