/odishatv-khabar/media/post_attachments/uploadimage/library/16_9/16_9_0/VK_Pandian_1712233936.jpg)
VK Pandian
୫ଟି- ଅଧ୍ୟକ୍ଷଙ୍କୁ ତୁରନ୍ତ ପଦରୁ ବହିଷ୍କାର କରିବା ପାଇଁ ଦାବି କଲା ଭାରତୀୟ ଜନତା ପାର୍ଟି - ବିଜେପି । ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବର ତାଲିକାରେ ଅଛନ୍ତି ଭି.କେ. ପାଣ୍ଡିଆନ । ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ଭି.କେ. ପାଣ୍ଡିଆନ ନେତା ନା ଅଫିସର ବୋଲି ପ୍ରଶ୍ନ କଲା ବିଜେପି ।
ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଫିସର ଲିଷ୍ଟରେ ବିଜେଡ଼ି ନେତା ପାଣ୍ଡିଆନ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଟିକେଟ ବାଣ୍ଟିବା କିମ୍ବା ଦଳୀୟ ସଭାରେ ଭାଷଣ ଦେବା କେବେ ଦେଖା ଯାଏ ନାହିଁ । କିନ୍ତୁ ଭି.କେ. ପାଣ୍ଡିଆନ କେମିତି ଏସବୁ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।
ଅଧିକ ପଢ଼ନ୍ତୁ: କୋରେଇରୁ ନିର୍ବାଚନ ଲଢିବାକୁ ମନ ବଳାଇଲେ ଝିଲିକ୍
ଫାଇଭ୍ ଟି ଅଧ୍ୟକ୍ଷଙ୍କୁ ତୁରନ୍ତ ପଦରୁ ବହିସ୍କାର ପାଇଁ ଦାବି କଲା ବିଜେପି । ପ୍ରେସମିଟ୍ କରି ବହିସ୍କାର ଦାବି କଲା ଭାରତୀୟ ଜନତା ପାର୍ଟି। #VKPandian#BJP#OTVpic.twitter.com/HHEBdIGtCF
— ଓଟିଭି (@otvkhabar) April 4, 2024
ଆହୁରି କହିଛନ୍ତି ଯେ ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଉତ୍ତର ମାଗିଲା ବିଜେପି । ସେପଟେ ବିଜେପିର ଏହି ଅଭିଯୋଗ ନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)