JP Nadda
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ୪ଟି ଜାଗାରେ ମାରାଥନ୍ ପ୍ରଚାର କରିବା ପରେ ବିଜେପି କାର୍ଯ୍ୟାଳୟକୁ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ଦଳର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେବେ। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଦିନକ ପରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ତେବେ ଆଗାମୀ ନିର୍ବାଚନ ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା ।
ଅଧିକ ପଢ଼ନ୍ତୁ: ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି
ସେପଟେ ପ୍ରଥମ ଓ ଦ୍ୱିତୀୟ ଦଫା ଭଳି ତୃତୀୟ ଓ ଚତୁର୍ଥ ପାଳି ଭୋଟ୍ ପୂର୍ବରୁ ଶାସକ ବିଜେଡି ଉପରେ କେନ୍ଦ୍ରୀୟ ନେତାଙ୍କ ପ୍ରଚଣ୍ଡ ପ୍ରହାର । ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରିଛନ୍ତି ମାରାଥନ ପ୍ରଚାର । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା । ସେ କହିଛନ୍ତି, ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ । ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି । ରାଜ୍ୟରେ ବିଜେପି ସରକାର ପାଇଁ ଲୋକ ମନସ୍ଥ କରିଛନ୍ତି । ବିକାଶବାଦର ରାଜନୀତିକୁ ମୋଦି ଆଗକୁ ବଢ଼ାଇଛନ୍ତି । ବିଜେଡି ସରକାର ଗରିବ, ଆଦିବାସୀଙ୍କୁ ବହୁତ କଷ୍ଟ ଦେଇଛନ୍ତି । ଆଦିବାସୀ ଯୁବକ ଦୁଇ ଓଳି ଖାଇବାକୁ ବାହାରକୁ ପଳାଉଛନ୍ତି ବୋଲି କହିଛନ୍ତି ନଡ୍ଡା ।
ସେହିପରି ସେ ଆହୁରି କହିଛନ୍ତି ଯେ, ଏଣିକି ବିଜୁଳି ବିଲ୍ ଶୂନ ହୋଇଯିବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ବନ୍ଦନ ଯୋଜନାରେ ବିଜୁଳି ବିଲ୍ ଶୂନ ହେବ । ରାଜ୍ୟ ସରକାରଙ୍କ ଉପରେ ବର୍ଷି ନଡ୍ଡା କହିଛନ୍ତି, ‘ଓଡ଼ିଶା ପ୍ରଶାସନକୁ ଚଳାଇବାକୁ କ’ଣ ଓଡ଼ିଶା ଲୋକ ନାହାନ୍ତି। ଓଡ଼ିଶା ପ୍ରଶାସନକୁ ଆଉଟସୋର୍ସ କରିଦିଆଯାଇଛି। ବିଜେପି ସରକାର ଆସିଲେ ଓଡ଼ିଶାର ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଶାରେ ଏଭଳି ବ୍ୟବସ୍ଥାକୁ ବରଦାସ୍ତ କରନ୍ତୁନି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ସେ ଶବ୍ଦ ବ୍ୟବହାର କରନ୍ତିନି, ପୁଣି ଭିଡିଓରେ କେମିତି କହିଲେ: ସମୀର ମହାନ୍ତି
ଅନ୍ୟପକ୍ଷରେ କରଞ୍ଜିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଧାମନଗର ସଭାରେ ନିଜର ଅଭିଭାଷଣ ରଖିଥିଲେ ଜେପି ନଡ୍ଡା । ଧାମନଗରରେ ବିଜେଡିକୁ ଟାର୍ଗେଟ କରିଛନ୍ତି ନଡ୍ଡା । ଓଡ଼ିଶାର ୨୧ ଲୋକସଭାରେ ବିଜେପିକୁ ଜିତାଇବାକୁ ଲୋକ ମନସ୍ଥ କରିସାରିଲେଣି ବୋଲି ଧାମନଗରରେ ମଧ୍ୟ ଦୋହରାଇଥିଲେ ନଡ୍ଡା । ସେହିପରି ଓଡ଼ିଶାବାସୀ ନବୀନଙ୍କୁ ଆରାମ, ବିଜେପିକୁ କାମ ଦେବାକୁ ମନସ୍ଥ କରିଛନ୍ତି । ବିଜେଡିକୁ ଛୁଟି ଦେବାକୁ ଓଡ଼ିଶାବାସୀ ସଂକଳ୍ପ କରିଛନ୍ତି । ବିରୋଧୀ ତୁଷ୍ଟୀକରଣର ରାଜନୀତି କରୁଛନ୍ତି । ମୋଦି ସବ୍କା ସାଥ୍, ସବ୍କା ବିକାଶରେ ସମସ୍ତଙ୍କୁ ସନ୍ତୁଷ୍ଟ କରୁଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/JP_Nadda_1716471628.jpg)