‘ଦିନକୁ ୫୪ ପଇସା ଦେଇ ୫ ବର୍ଷ ଛଡ଼ାଇ ନେବାକୁ ଚାହୁଁଛି BJD’

ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ କହିଲେ ନଡ୍ଡା ।

JP Nadda

ବିଜେପି ମହିଳା କର୍ମକର୍ତ୍ତା ସମ୍ମିଳନୀରେ ବର୍ଷିଲେ ଜେ.ପି ନଡ୍ଡା । ବିଜେଡି ସରକାର ଭୋଟ୍ ପାଇଁ ଲାଞ୍ଚ ଦିଏ କହିଲେ ନଡ୍ଡା । 'ଦିନକୁ ୫୪ ପଇସାରେ ୫ ବର୍ଷର ଅଧିକାର ଛଡ଼ାଇ ନେବାକୁ ଚାହୁଁଛି ବିଜେଡି । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହଜାର ଟଙ୍କାର ଭାଉଚର ଦେବେ । ଓଡ଼ିଶାରେ ଅଫିସରମାନଙ୍କ ସରକାର ଚାଲିଛି କହିଲେ ନଡ୍ଡା । ସମୟ ଆସିଛି, ଏବେ ଏଠାକାର ସରକାରକୁ ଟାଟା ବାଏ ବାଏ କୁହନ୍ତୁ । ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ କହିଲେ ନଡ୍ଡା ।

ରାଜଧାନୀର ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ନଡ୍ଡାଙ୍କ ବୈଠକ ଚାଲିଥିଲା । ରାଜ୍ୟ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିବା ସୁଭଦ୍ରା ଯୋଜନା ସମ୍ପର୍କରେ ବୈଠକ ନଡ୍ଡା ଆଲୋଚନା କରିଛନ୍ତି । ନଡ୍ଡା ଆସନ୍ତାକାଲି ରାଜଧାନୀରେ ରୋଡ୍ ସୋ’ କରିବେ। କାଲି ସକାଳେ ମାଉସୀ ମା' ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

ଅଧିକ ପଢ଼ନ୍ତୁ: ସୋରଡ଼ାରେ ଶାହଙ୍କ ହୁଙ୍କାର ! ‘ମୋଦି ଚାଉଳରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ନବୀନ’

ଅନ୍ୟପଟେ ଆଜି ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ରହିଛନ୍ତି । ବାଲେଶ୍ୱରରେ ବିଜେପି କର୍ମକର୍ତ୍ତା ବୈଠକରେ ସେ ଯୋଗଦେବା ସହିତ ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ବିଜେପି ସରକାର ଆସୁ ବୋଲି ବାଲେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓମ୍ ବିର୍ଲା ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି । ଆଗାମୀ ଦିନରେ ଓଡ଼ିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି ବୋଲି କହିଛନ୍ତି ବିର୍ଲା । ବାଲେଶ୍ୱର ପରେ ସମ୍ବଲପୁରର କ୍ଷେତରାଜପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଲୋକସଭା ବାଚସ୍ପତି ।

ତେବେ କଟକରେ ଆଜି ଥିଲା ଅମିତ ଶାହଙ୍କ ରୋଡ୍‌ ସୋ’ । ଏହି ରୋଡ୍‌ ସୋ’ରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ ଶାହ । ଓଟିଭିକୁ ଏକ୍ସକ୍ଲୁସିଭ୍‌ ସାକ୍ଷାତକାର ଅବସରରେ ଶାହଙ୍କ ମନ୍ତବ୍ୟ । ଶ୍ରୀମନ୍ଦିର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଅମିତ୍ ଶାହ । ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି କହିଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ମଧ୍ୟରେ ଖୋଲିବ ୪ ଦ୍ୱାର । ୧ ମାସ ମଧ୍ୟରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ।

ଅଧିକ ପଢ଼ନ୍ତୁ: ବିଜେପିର ଓଡ଼ିଶାରେ ନେତୃତ୍ୱ ସଂକଟ ନାହିଁ; ବିକାଶ ହୋଇନି, ନବୀନ ସ୍ୱୀକାର କରନ୍ତୁ: ଅମିତ୍ ଶାହ