Advertisment

ମେନିଫେଷ୍ଟୋକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଆମ ଇସ୍ତାହାର ଓଡ଼ିଶା ବିକାଶର ରୋଡମ୍ୟାପ୍ କହିଲା ବିଜେପି । ବିଜେପିର ମେନିଫୋଷ୍ଟୋକୁ ମିଛ କହିଲା ବିଜେଡି ।

author-image
Satyendu Shekher Mishra
undefined

BJP Manifesto

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୫ ଦିନ। ଦିନକ ପୂର୍ବରୁ ବିକଶିତ ଓଡ଼ିଶା ପାଇଁ ୨୧ ସଂକଳ୍ପ ନାଁରେ ରାଜ୍ୟ ବିଜେପି ତାର ଇସ୍ତାହାର ପ୍ରକାଶ କରି ସାରିଛି। ଏମିତିକି ଏହାକୁ ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି କହି ପ୍ରଚାର ଅଭିଯାନକୁ ଜୋରଦାର୍ କରିଛି। କଂଗ୍ରେସ ବି ତା ସଂକଳ୍ପପତ୍ର ପ୍ରକାଶ କରି ସାରିଛି। ହେଲେ ଶାସକ ବିଜେଡି ଏଯାଏଁ ନିଜ ଇସ୍ତାହାର ତ ପ୍ରକାଶ କରିନି ବରଂ ବିଜେପିର ସଂକଳ୍ପପତ୍ରକୁ ମିଛ କହି ସମାଲୋଚନା କରିଛି। ଯାହାକୁ ନେଇ ସରଗରମ୍ ରାଜ୍ୟ ରାଜନୀତି।

Advertisment

୨୪ ଇସ୍ତାହାରକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି ବିଜେପି କହୁଛି ଆମ ଇସ୍ତାହାର ଓଡ଼ିଶା ବିକାଶର ରୋଡମ୍ୟାପ୍ ନିଜର ଜାରି ନକରି ବିଜେପି ମେନିଫୋଷ୍ଟୋକୁ ମିଛ କହୁଛି ବିଜେଡି ମଝିରେ ଆଉ ମାତ୍ର ୫ ଦିନ। ରାଜ୍ୟରେ ଆରମ୍ଭ ହୋଇଯିବ ଭୋଟ୍ ମହାଯୁଦ୍ଧର ପ୍ରଥମ ଦଫା ଲଢ଼େଇ। 

ଶାସକ ବିଜେଡିକୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ଥିବା ବିଜେପି ୟା ଭିତରେ ବିକଶିତ ଓଡ଼ିଶା ପାଇଁ ୨୧ ସଂକଳ୍ପ ନାଁରେ ରାଜ୍ୟ ଲାଗି ଇସ୍ତାହାର ଜାରି କରି ଏହାକୁ ଜନତାଙ୍କ ପାଖରେ ପହଞ୍ଚାଇବାରେ ଲାଗି ପଡ଼ିଛି। ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ପ୍ରେସମିଟ୍ କରି ବିଜେପି ସଂକଳ୍ପ ପତ୍ରର ୫ଟି ବିନ୍ଦୁ ଉପରେ ଫୋକସ୍ କରିଛନ୍ତି। ଯେମତିକି ୫ ବର୍ଷରେ ଚାଷୀଙ୍କୁ ୩ ଗୁଣା ଜଳସେଚନ, ଧାନ ଏମ୍ଏସପି ୩୧ ଶହକୁ ବୃଦ୍ଧି, ଦୁଇ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି,ଇଣ୍ଡଷ୍ଟ୍ରିୟାଲ୍ କରିଡର୍ ଓ ୫ ବର୍ଷରେ ୭୫ ହଜାର କିଲୋମିଟରର ରାସ୍ତା ନିର୍ମାଣ।

Advertisment

ଏମିତିକି ମ୍ୟାନିଫେଷ୍ଟୋକୁ ମୋଦିଙ୍କ ଗ୍ୟାରେଣ୍ଟି ଦର୍ଶାଇ ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍ କରାଯିବାର ପ୍ରତିଶ୍ରୁତିକୁ ଦୋହରାଇଛନ୍ତି ବୈଜୟନ୍ତ। 

ହେଲେ ଏପଟେ ଇଏ ଭିନ୍ନ ଦୃଶ୍ୟ। ଏଯାଏଁ ୨୪ ନିର୍ବାଚନ ପାଇଁ ନିଜର ଇସ୍ତାହାର ତ ପ୍ରକାଶ ହୋଇନି । କିନ୍ତୁ ବିଜେପି ଇସ୍ତାହାରରେ ମିଛ ଷ୍ଟାମ୍ପ ମାରିବାକୁ ଶାସକ ବିଜେଡିର କରିଛି ପ୍ରୟାସ। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ମୁଖପାତ୍ର ବିଜେପିର ମିଛ ମେନିଫୋଷ୍ଟୋ ଜାରି କରି ଅଭିଯୋଗ କରିଛନ୍ତି ଯେ ବିଜେପିର ସଙ୍କଳ୍ପପତ୍ର ମିଛ ଛଡା ଆଉ କିଛି ନୁହେଁ। ୨୦୧୪ ଓ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଏହାର ଇସ୍ତାହାରରେ ଯାହା କିଛି ପ୍ରତିଶୃତି ଦେଇଥିଲା, ତାହା ପୂରଣ ହୋଇପାରି ନାହିଁ ବୋଲି କହିଛି ବିଜେଡି।

ସବୁଠୁ ବଡ଼ କଥା ହେଉଛି, ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୧୦ ତାରିଖରେ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣର ତାରିଖ ଦେବା ପରେ ବିଜେଡି ଜୁନ୍ ୯ ତାରିଖରେ ଶପଥଗ୍ରହଣ ସମାରୋହର ନିମନ୍ତ୍ରଣ ପତ୍ର ଜାରି କରିଛି। ହେଲେ ଭୋଟ୍ ଗ୍ରହଣକୁ ଆଉ ମାତ୍ର ୫ ଦିନ ଥିଲା ସତ୍ତ୍ବେ ଇସ୍ତାହାର ଜାରି ନକରି ଓଲଟି ବିଜେପିର ମିଛ ମେନିଫେଷ୍ଟୋ ଜାରି କରିବାକୁ ନେଇ ବର୍ଷିଛି ରାଜ୍ୟ ବିଜେପି।

ଇସ୍ତାହାର ଜାରି କରିବା ପୂର୍ବରୁ ରାଜ୍ୟ ବିଜେପି ସଂକଳ୍ପପତ୍ର ଅଭିମତ ସଂଗ୍ରହ ଅଭିଯାନ ଜରିଆରେ କୋଟିଏ ଭୋଟରଙ୍କ ମତାମତ ଗ୍ରହଣ କରିଥିଲା। ଏହା ସହ ନମୋ ଆପରେ ବି ଭୋଟରଙ୍କ ଫିଡବ୍ୟାକ୍ ନେଇଥିଲା ଦଳ। ତେବେ ବିଜେଡିର ଇସ୍ତାହାର ପାଇଁ ଗଠନ ହୋଇଥିବା କମିଟି ଏକାଧିକ ବାର ବସିଥିଲେବି ଏଯାଏଁ ଇସ୍ତାହାର ପ୍ରସ୍ତୁତ କରିବାରେ ସକ୍ଷମ ହୋଇନି। କେବେ ବିଜେଡିର ଇସ୍ତାହାର ଆସୁଛି, ସେଥିରେ ଜନତାଙ୍କ ପାଇଁ କି ପ୍ରତିଶ୍ରୁତି ରହୁଛି। ଏବେ ତା ଉପରେ ନଜର।

BJD BJP Congress Odisha Politics General Election 2024
Advertisment
Advertisment