• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜେଡିକୁ କଟାକ୍ଷ । ଭୁବନେଶ୍ୱର ପାଇଁ ବିଜେଡିର ପ୍ରାର୍ଥୀ ବଦଳାଇବା ଚର୍ଚ୍ଚା ପ୍ରସଙ୍ଗରେ ସେ ଆଜି କହିଛନ୍ତି 'ଯୋ ଡରଗୟା ୱ ମରଗୟା' । ଅପରାଜିତା କହିଛନ୍ତି ବିଗତ କିଛି ଦିନ ହେବ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଉଥିବା କୁହାଯାଉଥିଲା । ଏମିତିକି ସଂପୃକ୍ତ ମହିଳା ବି ଅଞ୍ଚଳରେ ବୁଲାବୁଲି ଆରମ୍ଭ କରିଥିଲେ ।

ଏବେ ସଂପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ ନେଇ ଚର୍ଚ୍ଚା ହେଉଛି । ଜଣେ ମହିଳାଙ୍କୁ ହଟାଯାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯିବା ଉଚିତ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ବିଜେଡି ଉଦ୍ଦେଶ୍ୟରେ ଚର୍ଚ୍ଚିତ ଗବର ସିଂ ଡାଏଲଗ୍ ଶୈଳୀରେ ସେ କହିଛନ୍ତି 'ଯୋ ଡରଗୟା ୱ ମରଗୟା' । ଆଜି ଭୁବନେଶ୍ୱରରେ ତାଙ୍କୁ ସ୍ୱାଗତ ସଂବର୍ଦ୍ଧନା ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ତେବେ ଅପରାଜିତାଙ୍କ ଏହି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳି ପାରିନାହିଁ । ଗତ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ ଆସନରୁ ଅପରାଜିତା ଷଡଙ୍ଗୀ ୪ ଲକ୍ଷ ୮୬ ହଜାର ୯୯୧ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୪ ଲକ୍ଷ ୬୩ ହଜାର ୧୫୨ ଭୋଟ ମିଳିଥିଲା । ଅର୍ଥାତ ୨୩ ହଜାର ୮୩୯ ଭୋଟରେ ଅପରାଜିତା ବିଜୟୀ ହୋଇଥିଲେ ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେବଳ ଜଟଣୀରେ କଂଗ୍ରେସ ଜିତିଥିବା ବେଳେ ବାକି ସବୁ ଆସନରେ ବିଜେଡି ବିଜୟଲାଭ କରିଥିଲା । ବିଜେପି ଗୋଟିଏ ବି ବିଧାନସଭା ଆସନ ଜିତି ନଥିବାବେଳେ ଲୋକସଭା ଆସନରୁ ଅପରାଜିତା ବିଜୟ ଲାଭ କରିଥିଲେ ।