Advertisment

ଲକ୍ଷ୍ମୀ ବସରୁ ହଟିଲା ‘ଶଙ୍ଖ ଷ୍ଟିକର୍’ ଓ ‘ମିଶନ୍ ଶକ୍ତି’ ଲେଖା...

ଲକ୍ଷ୍ମୀ ବସରୁ ହଟିଲା ‘ଶଙ୍ଖ ଷ୍ଟିକର୍’ । ଆଗରୁ ଶଙ୍ଖ ଷ୍ଟିକର୍ ଥିଲା, ଏବେ ନାହିଁ  । ଉଭୟ ପଟେ ଥିଲା ଶଙ୍ଖ ଚିହ୍ନର ଷ୍ଟିକର୍ ।  ବସ୍ ପଛରେ ଥିବା ମିଶନ୍ ଶକ୍ତି ଲେଖା ବି ନାହିଁ  ।

ଅଦ୍ୟତନ ହୋଇଛି
BJD Conch Sticker and Mission Shakti Removed From LaccMI Bus

conch sticker

Advertisment

ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକର୍। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଓ ନୂଆପଡ଼ାରେ। ଗତକାଲି ଯାଏଁ ବସ୍ ଗୁଡ଼ିକରେ ଷ୍ଟିକର୍ ଥିଲା। କିନ୍ତୁ ଆଜି ଅଚାନକ ଭାବେ ଲକ୍ଷ୍ମୀ ବସ୍ ଗୁଡ଼ିକରେ ଷ୍ଟିକର୍ ଗାଏବ ହୋଇଛି। 

Advertisment

ଉଭୟ ପଟେ ଶଙ୍ଖ ଚିହ୍ନର ପୋଷ୍ଟର ନାହିଁ, ବସ୍ ପଛରେ ମିଶନ୍ ଶକ୍ତି ଲେଖା ବି ନାହିଁ । ବିଜେଡି ନିର୍ବାଚନରେ ପରାଜୟ ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣା ପରେ ଲୋକଙ୍କ ଭିତରେ ଲକ୍ଷ୍ମୀ ବସ୍ ଚାଲିବାକୁ ନେଇ ଦ୍ବନ୍ଦ୍ବ ବଢ଼ିଛି। ବସ୍ ସେବା ବନ୍ଦ ହୋଇଯିବ କି ବୋଲି ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ‘ନବୀନ ବାବୁ ଓ ପାଣ୍ତିଆନ୍‌ଙ୍କ ପାଇଁ ଜେଲ୍‌ରେ ଜାଗା ସୁରକ୍ଷିତ ରଖିବାକୁ ପଡ଼ିବ’

Advertisment

ସେହିପରି ରାଜ୍ୟରେ BSKY କାର୍ଡକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଥିଲା । ଯାହାଫଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା BSKY କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଜାରି କରିଛି । BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ MOU ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସରକାର ବଦଳୁଥିବା ଦେଖି BSKY କାର୍ଡ କାମ କରିବନି କହି କିଛି ଘରୋଇ ହସ୍ପିଟାଲ ରୋଗୀ ମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା।

ରୋଗୀ ମାନଙ୍କୁ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଘରୋଇ ମେଡିକାଲ ଗୁଡିକ କହୁଥିବା କିଛି ରୋଗୀ ଅଭିଯୋଗ କରିଥିଲେ। ଅନ୍ୟପଟେ କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟସେବା ଅବହେଳାକୁ ସାମାଜିକ ଅପରାଧ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିବା ପରେ ସ୍ୱାସ୍ଥ୍ୟ ବିଭାଗ ଏହା ସ୍ପଷ୍ଟ କରିଛି।

Advertisment

ଅଧିକ ପଢ଼ନ୍ତୁ: BSKY ଚାଲୁ ରହିଛି, ଅସୁବିଧା ହେଲେ ହେଲ୍ପଲାଇନ୍‌ ନଂରେ ଜଣାନ୍ତୁ: ମୁଖ୍ୟ ସଚିବ

ଅପରପକ୍ଷେ, ରାଜ୍ୟରେ BSKY କାର୍ଡ ଚାଲୁ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ସଚିବ। ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସ୍ପଷ୍ଟୋକ୍ତି କରିଛନ୍ତି । BSKY ଚାଲୁ ରହିଛି, ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ଅଛି। BSKY ହିତାଧିକାରୀଙ୍କୁ ହସ୍ପିଟାଲମାନେ ଅବହେଳା କରିପାରିବେନାହିଁ। ଚିକିତ୍ସାରେ ଅବହେଳା କରିପାରିବେନି କି ଡିସ୍ ଚାର୍ଜ କରିପାରିବେନି। କିଛି ଅସୁବିଧା ହେଲେ ହେଲ୍ପଲାଇନ୍ ନମ୍ବରରେ ଜଣାଇ ପାରିବେ। କୌଣସି ହସ୍ପିଟାଲ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

BJD Conch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ