• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କେନ୍ଦ୍ରାପଡ଼ା ଲୋକସଭା ଅର୍ନ୍ତଗତ ସାଲେପୁର ବିଧାନସଭା ଆସନରେ ନିର୍ବାଚନୀ ହିଂସା । ମାଳଶାସନ ୧୮୪, ୧୮୫ ବୁଥ୍‌ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।

ବିଜେଡି କର୍ମୀମାନେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ପନିକିରେ ହାଣିବା ସହ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁଇ ବୁଥ୍‌ରେ କ୍ୟାପ୍‌ଚରିଂକୁ ବିରୋଧ କରିଥିବାରୁ ବିଜେପି କର୍ମୀଙ୍କୁ ହାଣିଥିବା ଅଭିଯୋଗ ହୋଇଛି । ତେବେ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ। ଏହାସହ ସାଲେପୁରର ବିଭିନ୍ନ ସ୍ଥାନରେ ବୁଥ୍‌ ରିଗିଂ ହେଉଥିବା ଅରିନ୍ଦମ ଅଭିଯୋଗ କରିଛନ୍ତି ।

ତେବେ ବୁଥ୍‌ ଭିତରେ ପନିକିରେ ଆକ୍ରମଣ ଓ ବୁଥ୍‌ କ୍ୟାପଚରିଂ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ । ସେ କହିଛନ୍ତି ‘ସାଲେପୁର ବିଧାନସଭା ଆସନର ୧୮୪ ଓ ୧୮୫ ନମ୍ବର ବୁଥ୍‌ର ୧୫୦ ମିଟର ଦୂରରେ ଉଭୟ ପାର୍ଟି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ପନିକିରେ ଆକ୍ରମଣ ଘଟଣା ସତ ନୁହେଁ । ସେହିପରି ବୁଥ୍‌ କ୍ୟାପଚର ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ‘ଏକ୍ସ’ରେ ଲେଖିଛନ୍ତି ।

ତେବେ ଏହା ପୂର୍ବରୁ ସାଲେପୁରରେ ବୁଥ୍‌ ରିଗିଂ ହେଉଥିବା ଅଭିଯୋଗ କରିଥିଲେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ । ସାଲେପୁର ଲୁଣାହାର ବୁଥ୍‌ କ୍ୟାପଚରିଂ ହେଉଥିବା ଅଭିଯୋଗ କରିଥିଲେ ଅରିନ୍ଦମ । ସେ କହିଥିଲେ, ବୁଥ୍‌ ଭିତରେ ୮ରୁ ୧୦ ଯୁବକ ପଶି ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ କହୁଛନ୍ତି । ଏନେଇ ମୁଁ ପୋଲିଂ ଅଫିସରଙ୍କୁ ପଚାରିଲି। ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏନେଇ ଅରିନ୍ଦମ ଆପତ୍ତି ଉଠାଇବାରୁ ବିଜେଡିର କିଛି ଯୁବକ ଆସି ପାଟିତୁଣ୍ଡ କରିବା ସହ ହୋହଲ୍ଲା କରିଥିଲେ । ବୁଥ୍‌ କ୍ୟାପଚରିଂ ନେଇ ମୁଁ ଜିଲ୍ଲାପାଳଙ୍କୁ ଅବଗତ କରିବି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବି ବୋଲି କହିଛନ୍ତି ଅରିନ୍ଦମ ରାୟ । ତେବେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ଏହି ଅଭିଯୋଗକୁ ନେଇ ବିଜେଡିର କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now