Advertisment

ଉଦଳାରେ ସରଗରମ ରାଜନୈତିକ ପାଣିପାଗ; ବିଜେପି- ବିଜେଡି କଡ଼ାଫାଇଟ୍ ନେଇ ଚର୍ଚ୍ଚା

ସ୍ଥାନୀୟ ଅଞ୍ଚଳରେ କୌଣସି ଶିଳ୍ପ କିମ୍ବା ନିଯୁକ୍ତିର ସୁଯୋଗ ନଥିବାରୁ ବେକାରୀ ସମସ୍ୟା ବି ଏଠାକାର ଏକ ମୁଖ୍ୟ ମୁଦ୍ଦା । ଏଣୁ ଏଥର ଭୋଟର ସଫାସଫା ଶୁଣାଇଛନ୍ତି, ଏଥର ଯିଏ ଅଞ୍ଚଳର ବିକାଶ କରିବ, ତାଙ୍କୁ ଭୋଟ ଦେବୁ ।

author-image
Sonali Ojha
ଅଦ୍ୟତନ ହୋଇଛି
Odisha Assembly elections 2024

udala

ବାଜି ସାରିଛି ବିଗୁଲ, ଆରମ୍ଭ ହେଲାଣି ପ୍ରଚାର ଯୁଦ୍ଧ। ମୟୂରଭଂଜ ଜିଲ୍ଲା ଉଦଳାରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ପ୍ରଚାର ବି ଆରମ୍ଭ ହେଲାଣି। ବିଜେପି ପକ୍ଷରୁ ବର୍ତ୍ତମାନର ବିଧାୟକ ଭାସ୍କର ମଢେଇଙ୍କୁ ରିପିଟ୍ କରାଯାଇଥିବା ବେଳେ, ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦୁର୍ଗା ଚରଣ ଟୁଡୁ । ୨୦୧୯ ଭଳି ଏଥର ବି ବିଜେପି ଓ ବିଜେଡି ଭିତରେ ଦେଖିବାକୁ ମିଳିପାରେ କଡା ଟକ୍କର ।

Advertisment

ଏଥର କାହାର ହେବ ଉଦଳା ବିଧାନସଭା ଆସନ ? ଉଦଳାରେ ଶେଷ ପର୍ଯ୍ୟାୟ ଅର୍ଥାତ ଜୁନ୍ ୧ରେ ଭୋଟିଂ ଥିବା ବେଳେ ଏବେଠୁ ସରଗରମ ହେଲାଣି ରାଜନୈତିକ ପାଣିପାଗ । ସଂଗଠନ ସଜାଡିବା ସହ ନିଜ ନିଜ ମୁଦ୍ଦା ଧରି ଲୋକଙ୍କ ପାଖକୁ ପହଞ୍ଚିଲେଣି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବର୍ତ୍ତମାନର ବିଧାୟକ ଭାସ୍କର ମଢେଇଙ୍କୁ ପୁଣି ବିଜେପି ପ୍ରାର୍ଥୀ କରିଥିବା ବେଳେ, ବିଜେଡିରୁ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଓ କଂଗ୍ରେସର ଦୁର୍ଗା ଚରଣ ଟୁଡୁ ପ୍ରାର୍ଥୀ ହୋଇଛନ୍ତି । ୬ଷ୍ଠ ଥର ପାଇଁ ନିର୍ବାଚନ ଲଢୁଥିବା ଭାସ୍କର ମୋଦିଙ୍କ ଗ୍ୟାରେଣ୍ଟି ନେଇ ଲୋକଙ୍କ ପାଖକୁ ଯାଉଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରଚାର ବେଳେ ହିଟୱେଭ୍ ଚ୍ୟାଲେଞ୍ଜ୍, କିଏ ସକାଳେ ତ ଆଉ କିଏ ସଞ୍ଜରେ କରୁଛନ୍ତି କ୍ୟାମ୍ପେନିଂ

Advertisment

ସେହିପରି ନବୀନଙ୍କ ଲୋକାଭିମୁଖୀ ଯୋଜନାକୁ ଅସ୍ତ୍ର କରି ଲୋକଙ୍କ ପାଖକୁ ପହଞ୍ଚୁଛନ୍ତି ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନ ଦଳ। ସେପଟେ କଂଗ୍ରେସ ପ୍ରାର୍ଥୀ ଦୁର୍ଗାଚରଣ ଟୁଡୁ ଦଳର ୧୦ ଗ୍ୟାରେଣ୍ଟିକୁ ଆଧାର କରି ମୈଦାନକୁ ଓହ୍ଲାଇଛନ୍ତି । ତେବେ ଏଥର ବି ୨୦୧୯ ଭଳି ବିଜେପି- ବିଜେଡି ଭିତରେ କଡ଼ାଫାଇଟ ହେବ ବୋଲି ଚର୍ଚ୍ଚା ହେଉଛି ।

ଆଦିବାସୀ ଜନଜାତି ବହୁଳ ଉଦଳା ନିର୍ବାଚନ ମଣ୍ଡଳୀରେ ରହିଛି ଅନେକ ସମସ୍ୟା । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସମସ୍ୟାରେ ଜର୍ଜରିତ ଏହି ନିର୍ବାଚନ ମଣ୍ଡଳୀ।ପର୍ଯ୍ୟଟନ ଅପାର ସୁଯୋଗ ଥିବା ସତ୍ତ୍ବେ ବି ଦେବକୁଣ୍ଡ, ସମୀବୃକ୍ଷ ଅଞ୍ଚଳ ଉନ୍ନତି ହୋଇପାରିନି । ସେହିପରି ସ୍ଥାନୀୟ ଅଞ୍ଚଳରେ କୌଣସି ଶିଳ୍ପ କିମ୍ବା ନିଯୁକ୍ତିର ସୁଯୋଗ ନଥିବାରୁ ବେକାରୀ ସମସ୍ୟା ବି ଏଠାକାର ଏକ ମୁଖ୍ୟ ମୁଦ୍ଦା । ଏଣୁ ଏଥର ଭୋଟର ସଫାସଫା ଶୁଣାଇଛନ୍ତି, ଏଥର ଯିଏ ଅଞ୍ଚଳର ବିକାଶ କରିବ, ତାଙ୍କୁ ଭୋଟ ଦେବୁ ।

BJD BJP Congress General Elections 2024
Advertisment
Advertisment