Advertisment

ମେଣ୍ଟ ଦ୍ୱନ୍ଦ୍ୱ ହଟୁ ହଟୁ ଜୋର୍ ଧରିଲା ଯୋଦ୍ଧା ବଛା କସରତ୍, ଖୁବଶୀଘ୍ର ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ

ଏକାକୀ ଲଢେଇ ପାଇଁ ବିଜେପି-ବିଜେଡିର ନିଷ୍ପତ୍ତି ପରେ ଦୁଇ ଦଳର ପ୍ରସ୍ତୁତି ଜୋର। ଖୁବଶୀଘ୍ର ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ।

author-image
Santosh Kumar Sahoo
undefined

General Election 2024

ମେଣ୍ଟ ଦ୍ୱନ୍ଦ୍ୱ ହଟିବା କ୍ଷଣି ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ । ଦୁଇ ଦଳ ବିଜେପି-ବିଜେଡିରେ ଜୋର୍ ଧରିଲା ଯୋଦ୍ଧା ବଛା କସରତ୍। ଏକାକୀ ଲଢ଼ିବା ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ଆଜି ପୁଣି ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ମୁଖିଆ ମନମୋହନ ସାମଲ ଓ ସଂଗଠନ ସଂପାଦକ। କାହିଁକି ନା ଦିଲ୍ଲୀରେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ମେଣ୍ଟ ଚର୍ଚ୍ଚାର ବାଦଲ ହଟିଯାଇଥିବାରୁ ପୂର୍ବରୁ ରାଜ୍ୟ ନିର୍ବାଚନ କମିଟି ପଠାଇଥିବା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆଧାରରେ ଆଜି ବାଜିପାରେ ଓଡ଼ିଶାର କିଛି ଆସନ ପାଇଁ ପ୍ରାର୍ଥୀଙ୍କ ନାଁରେ ମୋହର । ଏମିତି ବି ପ୍ରାୟ ୧୦୦ ବିଧାନସଭା ଏବଂ ୧୬ ଲୋକସଭାରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ସରିଥିବା କୁହାଯାଉଛି । ଆଉ ଏପଟେ ବି ଗତକାଲିଠୁ ଆହୁରି ୧୦ ଗୁଣା ଜୋଶରେ ନେତା ଓ କର୍ମୀ କାମ ଆରମ୍ଭ କରିଦେଇଥିବା କହିଛନ୍ତି ଦଳ ସଭାପତି।

Advertisment

ଅନ୍ୟପଟେ ବିଜେଡି ମଧ୍ୟ ତା’ର ପ୍ରାର୍ଥୀ କସରତକୁ ବଢାଇ ଦେଇଛି। ନବୀନ ନିବାସରେ ଲୋକସଭା କ୍ଷେତ୍ର ଅନୁୟାୟୀ ବୈଠକ କରି ନେତାଙ୍କୁ ଗ୍ରୀନ ସିଗନାଲ ଦିଆଯାଉଛି। ଏବେ ସୁଧା ୧୧ ଟି ଲୋକସଭା ୭୭ ବିଧାନସଭା ସ୍ଥିତି ସମୀକ୍ଷା କରିସାରିଛନ୍ତି ସୁପ୍ରିମୋ। ସର୍ଭେ ରିପୋର୍ଟକୁ ଆଧାର କରି ଗଡ଼ ଜଗିବାକୁ ନେତାଙ୍କୁ ଟାସ୍କ ବି ଦିଆଯାଇଛି।

ଅନ୍ୟପଟେ ଯଦିଓ ୨୪ ମହାସଂଗ୍ରାମ ପାଇଁ ଦୁଇ ଦଳ ଭିତରେ ଯୁଦ୍ଧ ରେଖା ଟଣା ସରିଛି, ହେଲେ ଲଢ଼େଇର ତୀବ୍ରତା କେମିତି ରହିବ ତାକୁ ନେଇ ନାନା କଳ୍ପନାଜଳ୍ପନା। ତା’ର କାରଣ ଏକାକୀ ଲଢ଼ିବା ନେଇ ଦୁଇ ଦଳର ଘୋଷଣନାମାରେ ଥିବା ଶବ୍ଦ। କେନ୍ଦ୍ରରେ ବିଜେପି ସରକାରକୁ ୧୦ ବର୍ଷ ଧରି ସହଯୋଗ ପାଇଁ ନବୀନଙ୍କୁ ରାଜ୍ୟ ବିଜେପି ମୁଖିଆଙ୍କ ଧନ୍ୟବାଦ, ଅନୁରୂପ ଭାବେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରକୁ ରାଜ୍ୟର ସମର୍ଥନ ଏବଂ ସହକାରୀ ସଂଘବାଦ ପ୍ରସଙ୍ଗ ଉଲ୍ଲେଖ କରି ବିଜେଡି ସଂଗଠନ ସଂପାଦକଙ୍କ ଲେଖା। ତେଣୁ ଏକାଠି ଲଢ଼ିବାର ବାହସ୍ପୋଟ ଭିତରେ ଦୁଇ ପକ୍ଷର ଏଭଳି ମପାଚୁପା ବୟାନକୁ ନେଇ ଚର୍ଚ୍ଚା ଯେତିକି ମେଣ୍ଟ ଦ୍ୱନ୍ଦ୍ୱ ଦୂର ହୋଇଥିଲେ ବି ଲଢ଼େଇର ସ୍ୱରୂପକୁ କଳ୍ପନାଜଳ୍ପନା ବି ସେତିକି। ଏଭଳି ସ୍ଥିତିରେ ମେଣ୍ଟ ନ କରି ଉଭୟ ବିଜେପି-ବିଜେଡି ଫ୍ରେଣ୍ଡଲି ମ୍ୟାଚ୍ ଖେଳିବାକୁ ଯାଉଥିବା କହି ଟାର୍ଗେଟ୍ କରିଛି କଂଗ୍ରେସ। ଯାହାର ଜବାବ ରଖିଛନ୍ତି ଦୁଇଦଳ । ଏବେ ଅପେକ୍ଷା 24 ମହାଯୁଦ୍ଧ ପାଇଁ ଯୋଦ୍ଧା ଘୋଷଣା ସହ ମୈଦାନରେ ଅସଲ ଲଢ଼େଇକୁ।

Advertisment

BJD BJP General Elections 2024
Advertisment
Advertisment