/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675423786.jpg)
Union Railways Minister Ashwini Vaishnaw
ରେଳ ବଜେଟରେ ଓଡ଼ିଶା କୁ ଆଖିବୁଜା ଅନୁଦାନ ଅଜାଡ଼ି ଦେଲେ କେନ୍ଦ୍ର ସରକାର । ଅନୁଦାନ ନେଇ ରେଳ ମନ୍ତ୍ରୀ ଦେଲେ ବଡ଼ ସୂଚନା । ରାଜ୍ୟ ସରକାର ଯାହା ମାଗିଥିଲେ ତାଠାରୁ ଅଧିକ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାର ଏଥର ରେଳ ବଜେଟରେ ମାଗିଥିଲେ ୮ ହଜାର ୪୦୦ କୋଟି ଟଙ୍କା କିନ୍ତୁ କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି ।
ଅଧିକ ପଢ଼ନ୍ତୁ: ବଜେଟ୍ରେ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି, ଟ୍ୟାକ୍ସ ସ୍ଲାବରେ ପକେଟ୍କୁ ସୁହାଇଲା ଭଳି ପରିବର୍ତ୍ତନ
ଏନେଇ ଖୋଦ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ନୂଆ ଲାଇନ ପାଇଁ ୨୫୬୪ କୋଟି, ଡବଲିଂ ପାଇଁ ୩୮୦୦ କୋଟି ଦେଇଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ୨୮୦ କିମି ରେଳପଥ ନିର୍ମାଣ କରାଯିବ ।୫୭ଟି ଷ୍ଟେସନର ଆଧୁନିକୀକରଣ କରାଯିବ କହିଛନ୍ତି ରେଳ ମନ୍ତ୍ରୀ ।
#ରେଳ_ଅନୁଦାନ#ଓଡ଼ିଶାକୁ_୧୦_ହଜାର_କୋଟି
ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଳ ମନ୍ତ୍ରୀଙ୍କ ସୂଚନା । ୧୦ ହଜାର ୧୨ କୋଟି ଟଙ୍କା ମିଳିଥିବା କହିଲେ ମନ୍ତ୍ରୀ । ରାଜ୍ୟ ସରକାର ମାଗିଥିଲେ ୮୪୦୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ତା’ଠାରୁ ଅଧିକ ଦେଇଛନ୍ତି କହିଲେ ମନ୍ତ୍ରୀ । #RailMinister#AshwiniVaishnaw#Odisha#OTVpic.twitter.com/r9SbxiUif9— ଓଟିଭି (@otvkhabar) February 3, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)