Advertisment

ଦଳୀୟ ପଦରୁ ତାରା ବାହିନୀପତିଙ୍କ ଇସ୍ତଫା !

କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
Congress MLA Tara Bahinipati

Congress MLA Tara Bahinipati

ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ଭିତରେ ଦଳୀୟ ପଦରୁ ତାରାପ୍ରସାଦ ବାହିନୀପତିଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି। ତେବେ ଏନେଇ ତାରା ବାହିନୀପତି ସ୍ପଷ୍ଟ କରିନାହାଁନ୍ତି। କେବଳ ତାରା ନୁହଁନ୍ତି, ତାରାଙ୍କ ପୂର୍ବରୁ ବିଧାୟକ ଦଳ ନେତା ପଦରୁ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ଇସ୍ତଫା ଦେଇଥିବା କୁହାଯାଉଛି। କିନ୍ତୁ ଇସ୍ତଫା ନେଇ ନରସିଂହ ମିଶ୍ର କୌଣସି ସ୍ପଷ୍ଟ କରିନାହାଁନ୍ତି।

Advertisment

ରାଜ୍ୟ କଂଗ୍ରେସରେ ଘଡ଼ିକେ ଛୁଟୁଛି ଘୋଡ଼ା ଆମୂଳଚୂଳ ନେତୃତ୍ୱ ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲାକୁମାରଙ୍କ ସୂଚନା ପରେ ପରେ ଏଣେ ଦଳୀୟ ପଦରୁ ତାରାପ୍ରସାଦ ବାହିନୀପତିଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଭାରୀ ଚେଲ୍ଲାକୁମାର କହିଥିଲେ ଯେ ୨ ଦିନ ଧରି କଂଗ୍ରେସ ବରିଷ୍ଠ ନେତା ଓ କର୍ମୀଙ୍କ ସହ ଆଲୋଚନା ହୋଇଛି। ରିପୋର୍ଟ ପ୍ରଦାନ କରାଯିବା ପରେ ପାର୍ଟି ହାଇକମାଣ୍ଡ ନିଷ୍ପତ୍ତି ନେବେ। 

Congress Tara Bahinipati
Advertisment
Advertisment