Advertisment

୧୩ ଦିନିଆ ବିଦେଶ ଗସ୍ତ ପାଇଁ ଓଡ଼ିଶା ଛାଡ଼ିଲେ ନବୀନ

ଇଟାଲି ଓ ଦୁବାଇ ଗସ୍ତରେ ଯିବେ ନବୀନ।

author-image
Chandan Shishu
naveen Meets Pope

naveen Meets Pope

ଖାଦ୍ୟ ସୁରକ୍ଷା ଓ ସଫଳ ବିପର୍ଯ୍ୟୟ ପରିଚାଳନା ନେଇ ଇଟାଲିର ରୋମ୍‌ରେ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସକୁ ଭେଟିବା ସହ ଦୁବାଇରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍‌ରେ ବି ଅଂଶଗ୍ରହଣ କରିବେ। ବିଦେଶ ଗସ୍ତ ସାରି ଜୁନ୍ ୩୦ରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ନବୀନ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ୍ ସ୍ୱାଗତ କରିଥିବା ବେଳେ ପୂର୍ବରୁ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ପୁଞ୍ଜି ଆଣିପାରିନଥିବାରୁ ସମାଲୋଚନା କରିଛି ବିଜେପି କହିଛି, ଅାଗକୁ ବିଧାନସଭା ଥିବାରୁ ମୁଖ୍ୟମନ୍ତ୍ରୀ ସେଥିପ୍ରତି ଧ୍ୟାନ ଦେବା କଥା।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ। ଇଟାଲି ଓ ଦୁବାଇ ଗସ୍ତରେ ଯିବେ ନବୀନ। ୧୩ ଦିନଆ ଗସ୍ତ ପାଇଁ ଆଜି ଭୁବନେଶ୍ୱର ଛାଡିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ଣରେ ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରୁ ସେ ୨୦ ତାରିଖ ଭୋର୍ ୪ଟା ୧୫ରେ ରୋମ୍ ଅଭିମୁଖେ ଯାତ୍ରା କରିବେ। ସେଠାରେ ପହଞ୍ଚିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମ, WFP ପକ୍ଷରୁ ରୋମ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରେ ହୋଇଥିବା ରୂପାନ୍ତୀକରଣ ଉପରେ ବାର୍ତ୍ତା ଦେବେ ନବୀନ। ଖାଦ୍ୟ ପାଇଁ ଦିନେ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା, ଏବେ କିଭଳି ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ଅବଗତ କରାଇବେ। ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ଡିରେକ୍ଚର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତାଛଡ଼ା ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ୍ ଷ୍ଟେଟ୍ ହେବା ଉପରେ ବି ନବୀନ ଆଲୋକପାତ କରିବେ।

Advertisment

ରୋମ୍ ଗସ୍ତ ସମୟରେ ନବୀନ ଭାଟିକାନ୍ ସିଟରେ ପୋପ୍ ଫ୍ରାନସିସ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୟୁରୋପର ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆଙ୍କୁ ମଧ୍ୟ ଭେଟିବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ, ଶିଳ୍ପ ସଚିବ ଓ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର୍ ମଧ୍ୟ ଗସ୍ତ କରିବେ ଦୀର୍ଘ ୧୨ ବର୍ଷ ପରେ ନବୀନ ବିଦେଶ ଗସ୍ତରେ ଯାଉଥିବାରୁ ପାଓ୍ୱାର କରିଡରରେ ଏହାକୁ ନେଇ ଅନେକ ଚର୍ଚ୍ଚା।

୨୬ ତାରିଖ ୩ଟା ୨୫ରେ ରୋମ୍ ଛାଡିବେ ନବୀନ। ସେଠାରୁ ସେ ଦୁବାଇ ଆସିବେ ସେଠାରେ ପୁଜିଂନିବେଶକାରୀ ସମ୍ମିଳନୀରେ ଯୋଗ ଦେଇ ନିବେଶକଙ୍କ ସହ ଆଲୋଚନା କରିବେ। ନିବେଶକାରୀମାନେ କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବୈଠକରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେତେକ ବଡ଼ ପୁଞ୍ଜିନିବେଶକାରୀଙ୍କ ସହ ନବୀନ ଓ୍ୱାନ୍-ଟୁ-ଓ୍ୱାନ୍ ବୈଠକ ବି କରିବେ। ତାସହ ମଧ୍ୟପ୍ରାଚ୍ୟ ଦେଶର ପ୍ରବାସୀ ଓଡିଆଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବେ। ଏପଟେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ତିନି ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।

୨୦୧୨ ମେରେ ମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତରେ ଯାଇଥିଲେ। ସେତେବେଳେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ୍‌ରେ ନେଇ ବିଜେଡି ରାଜନୀତିରେ କଂପନ ସୃଷ୍ଟି ହୋଇଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ବେଳେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବ। ତେଣୁ ବିଦେଶରେ ଥାଇ ହିଁ ବିଜେଡି କେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବ ସେ ସଂପର୍କରେ ନବୀନ ନିଷ୍ପତ୍ତି ନେଇପାରନ୍ତି।

ରିପୋର୍ଟ: ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି

CM Foreign Tour
Advertisment
Advertisment