ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ, ରାଜନୈତିକ ଆଲୋଚନାକୁ ପ୍ରତ୍ୟାଖ୍ୟାନ କଲେ..

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Odisha CM Naveen Patnaik meets PM Narendra Modi in New Delhi

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟଘାଟ ହୋଇଛି । ଅପରାହ୍ନ ସାଢ଼େ ୪ଟା ବେଳେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା । ୨୦୨୪ ନିର୍ବାଚନକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ଆଗରେ କହିନ୍ତି ଯେ ‘ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନି’ ।

ନବୀନ ଆହୁରି କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀଙ୍କ ସହ ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନେଇ ଆଲୋଚନା ହୋଇଛି । ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଗଲାଣି । ସେଥିପାଇଁ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ କହିଥିଲି । ଏୟାରପୋର୍ଟ ପାଚେରୀ ତିଆରି କାମ ସରିଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଲି । ପ୍ରଧାନମନ୍ତ୍ରୀ ଏନେଇ ସହଯୋଗ କରିବେ ବୋଲି କହିଛନ୍ତି’ ।

ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ବିଜେଡି ଏକାକୀ ଲଢ଼ିବ । ମୈଦାନକୁ କୌଣସି ପାର୍ଟି ସହ ବିଜୁ ଜନତା ଦଳ ଓହ୍ଲାଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ପ୍ରତିକ୍ରିୟା ରଖିଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ବିଜେଡି ଏକାକୀ ଲଢ଼ିବ । ମୈଦାନକୁ କୌଣସି ପାର୍ଟି ସହ ବିଜୁ ଜନତା ଦଳ ଓହ୍ଲାଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।