CM Naveen Patnaik
ଆଜିଠୁ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ବିମାନ ବନ୍ଦରରୁ ଇଟାଲୀ ଅଭିମୁଖେ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ । ଇଟାଲୀରେ ପହଞ୍ଚିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ, WFP ପକ୍ଷରୁ ରୋମ୍ରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରେ ହୋଇଥିବା ରୂପାନ୍ତୀକରଣ ଉପରେ ବାର୍ତ୍ତା ଦେବେ ନବୀନ । ଖାଦ୍ୟ ପାଇଁ ଦିନେ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା, ଏବେ କିଭଳି ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି । ସେ ବିଷୟରେ ଅବଗତ କରାଇବେ ନବୀନ ।
ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର ଏକ୍ଜିକ୍ୟୁଟିଭ୍ ଡିରେକ୍ଟର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତାଛଡ଼ା ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ୍ ଷ୍ଟେଟ୍ ହେବା ଉପରେ ବି ନବୀନ ଆଲୋକପାତ କରିବେ । ରୋମ୍ ଗସ୍ତ ସମୟରେ ନବୀନ ଭାଟିକାନ୍ ସିଟରେ ପୋପ୍ ଫ୍ରାନସିସ୍ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
୨୬ ତାରିଖ ୩ଟା ୨୫ରେ ରୋମ୍ ଛାଡି ସେଠାରୁ ଦୁବାଇ ଆସିବେ ନବୀନ । ସେଠାରେ ପୁଜିଂନିବେଶକାରୀ ସମ୍ମିଳନୀରେ ଯୋଗଦେଇ ନିବେଶକଙ୍କ ସହ ଆଲୋଚନା କରିବେ । ନିବେଶକାରୀମାନେ କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)