Advertisment

ନବୀନଙ୍କ ୨୩ ବର୍ଷର ଶାସନରେ ଓଡ଼ିଶା ଏବେ କେଉଁଠି? ସରକାରଙ୍କୁ ବର୍ଷି ଉତ୍ତର ରଖିଲେ ବିଜେପି ନେତା

ରାଜ୍ୟରେ ମଦ ବିକ୍ରି ବଢୁଥିବା ଏବଂ ୩୦ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଇଥିବା ଦର୍ଶାଇ ଓଡ଼ିଶାର ପ୍ରକୃତ ସ୍ଥିତି କଣ ବୋଲି ଆକଳନ କରିବାକୁ କହିଛନ୍ତି ଅନୀଲ।

ଅଦ୍ୟତନ ହୋଇଛି
Odisha BJP Spokesperson Anil Biswal Targets Odisha Govt

Odisha BJP spokesperson Anil Biswal targets state govt

Advertisment

ରାଜ୍ୟରେ ଗଲା ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବଚ୍ଛିନ୍ନ ଶାସନ କାଳ ଭିତରେ ଓଡ଼ିଶା ଏବେ କେଉଁଠି। ଓଡ଼ିଶାର ବାସ୍ତବ ସ୍ଥିତି କଣ ଏବଂ ଜାତୀୟ ଗଣମାଧ୍ୟମରେ ଓଡ଼ିଶା ବିଷୟରେ କେଉଁଭଳି ଚର୍ଚ୍ଚା ହେଉଛି ? ଏସବୁ ପ୍ରଶ୍ନକୁ ନେଇ ଉତ୍ତର ରଖିଛନ୍ତି ବିଜେପି ନେତା ଅନୀଲ ବିଶ୍ବାଳ। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ କିଭଳି ପଛରେ ରହିଛି, ତାର ଗୋଟି ଗୋଟି ହିସାବ ଦେଇଛନ୍ତି ଅନୀଲ।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କ ୨୩ ବର୍ଷର ଶାସନ ଓ ‘୫-ଟି’ ବିକାଶର ଗତି

ଯେମିତିକି ମୁଣ୍ଡପିଛା ଆୟରେ ଓଡ଼ିଶା ଦେଶରେ ତୃତୀୟ ସର୍ବନିମ୍ନ ରାଜ୍ୟ, ଚାଷୀଙ୍କ ଆୟ କ୍ଷେତ୍ରରେ ତଳଆଡ଼ୁ ୧ ନମ୍ବର, ମହିଳାଙ୍କ ବିରୋଧି ଜଘନ୍ୟ ଅପରାଧରେ ଦେଶରେ ସବୁଠୁ ଅଧିକ, ଦଣ୍ଡିବିଧାନ କ୍ଷେତ୍ରରେ ସର୍ବନିମ୍ନ ୫.୭ ପ୍ରତିଶତ, ଆୟ ବହିର୍ଭୁତ ସମ୍ପତ୍ତି ଜବତରେ ସର୍ବାଧିକ ଏବଂ ଦେଶର ୧୦୦ଟି ସର୍ବୋତ୍କୃଷ୍ଟ ବିଶ୍ବବିଦ୍ୟାଳୟ ମଧ୍ୟରୁ ଓଡ଼ିଶାର ଗୋଟିଏ ବି ନଥିବା ଲିଫଲେଟ୍ ମାଧ୍ୟମରେ ଦର୍ଶାଇଛନ୍ତି ଅନୀଲ।

ସେହିଭଳି ରାଜ୍ୟରେ ମଦ ବିକ୍ରି ବଢୁଥିବା ଏବଂ ୩୦ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଇଥିବା ଦର୍ଶାଇ ଓଡ଼ିଶାର ପ୍ରକୃତ ସ୍ଥିତି କଣ ବୋଲି ଆକଳନ କରିବାକୁ କହିଛନ୍ତି ଅନୀଲ। ଏପଟେ ଅନୀଲଙ୍କ ଏଭଳି ଆକ୍ରମଣକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
BJP CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ