/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699949937.jpg)
Odisha Assembly Deputy Speaker election
ନଭେମ୍ବର ୨୧ ତାରିଖରେ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ ।
ନଭେମ୍ବର ୮ ତାରିଖରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ବାଚସ୍ପତିଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ୨୦୦୪ ମସିହାରୁ ରଜନୀକାନ୍ତ ସିଂ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଥିଲେ । ୨୦୧୯ ଜୁନ୍ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ସେ ଇସ୍ତଫା ଦେଇଥିବା କହିଥିଲେ ।
ସୂଚନାଯୋଗ୍ୟ ବିଜେଡିକୁ ଏବେ ଠାରୁ ଘାରିଲାଣି ସଂଗଠନ ଚିନ୍ତା। କାରଣ ୫ମାସ ପରେ ସାଧାରଣ ନିର୍ବାଚନ। ସଂଗଠନ ସଜାଡିବାକୁ ଏବେ ବିଜେଡି, ଦଳର ବରିଷ୍ଠଙ୍କୁ ଦାୟିତ୍ୱ ଦେବା ଆରମ୍ଭ କରିଛି । ଯେଉଁ ସବୁ ଜିଲ୍ଲାରେ ଅନ୍ତଃକନ୍ଦଳ ତୀବ୍ର ଏବଂ ପ୍ରମୁଖ ବିରୋଧୀ ବିଜେପି ସ୍ଥିତିକୁ ମଜବୁତ କରୁଛି ସେସବୁ ସ୍ଥାନରେ ଦଳ ବରିଷ୍ଠ ନେତାଙ୍କ ଉପରେ ଭରସା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)