ଓଡ଼ିଶାରେ ଓଡ଼ିଆଙ୍କ ସ୍ଥିତିକୁ ନେଇ ବର୍ଷିଲେ ବିଜୟ; କହିଲେ, ଓଡ଼ିଆ ହେଉଛନ୍ତି ନିର୍ଯାତିତ

ରୁଦ୍ଧଦ୍ୱାର ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ

ରୁଦ୍ଧଦ୍ୱାର ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ

ଓଡ଼ିଶାରେ ଓଡ଼ିଆଙ୍କ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା କଂଗ୍ରେସ । ଆଜି କଂଗ୍ରେସ ପକ୍ଷରୁ ସମ୍ବାଦିକ ସମ୍ମିଳନୀ କରାଯାଇ ବଭିନ୍ନ ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନସଚିବ ବିଜୟ ପଟ୍ଟନାୟକ । ଓଡ଼ିଶା ରେ ଓଡ଼ିଆ ମାନେ ନିର୍ଯାତିତ ବୋଲି ରୋକ୍‌ଠୋକ୍‌ କହିଛନ୍ତି ବିଜୟ ।

 ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାର ଠିକାଦାରମାନଙ୍କୁ ଏଠାରେ କାମ ମିଳୁନାହିଁ । ରାଜ୍ୟର ଛୋଟ ଛୋଟ ଠିକା କାମ ବି ବାହା ରାଜ୍ୟର ଲୋକଙ୍କୁ ଦିଆଯାଉଛି । ରୁଦ୍ଧଦ୍ୱାର ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ ବୋଲି ବିଜୟ କହିଛନ୍ତି ।

ରାଜ୍ୟରେ ଚାଲିଥିବା ଶାସନ ଉପରେ ମଧ୍ୟ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସାଧାରଣ ଲୋକର କିଛି ଅସୁବିଧା ହେଲେ ସେ କାହାକୁ କହିବ ? ବିଧାୟକଙ୍କ ପାଖକୁ ଗଲେ, ସେ କହିବେ ଅଫିସରଙ୍କ ପାଖକୁ ଯାଅ ।

ଅଫିସରଙ୍କ ପାଖକୁ ଗଲେ ସେ କହିବେ ତୃତୀୟ ମହଲା ବୁଝୁଛି । ତୃତୀୟ ମହଲା ଅପହଞ୍ଚ, ସେଠାକୁ ସାମ୍ବାଦିକମାନଙ୍କୁ ବି ମନା । ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ ବୋଲି ବିଜୟ କହିଛନ୍ତି ।

ଅଧିକ ପଢ଼ନ୍ତୁ: ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ବଡ଼ ବୟାନ !

ଓଡ଼ିଶା ରେ ନିଯୁକ୍ତି ର ଘୋର ଅଭାବ ରହିଛି । ରାଜ୍ୟରେ ବେରୋଜଗାରୀ ବଢ଼ିବାରେ ଲାଗିଛି । ଓଡ଼ିଶାରେ କାମ ନପାଇ ଓଡ଼ିଆମାନେ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ବିଜୟ କହିବା ସହ ରାଜ୍ୟରେ କେତେ ଲୋକ ଦାଦନ ଯାଇଛନ୍ତି ? ସରକାରଙ୍କ ପାଖରେ ତଥ୍ୟ ଅଛି କି ବୋଲି ପ୍ରଶ୍ନ ବାଢ଼ିଛନ୍ତି ବିଜୟ ।

ଖାଲି ସେତିକି ନୁହେଁ ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ମଧ୍ୟ ବିଜୟ ମୁହଁ ଖୋଲିଛନ୍ତି । ସିଧାସିଧା ମୁଖ୍ୟମନ୍ତ୍ରୀଙ୍କୁ ବିଜୟ ନିଶାନା କରିନଥିଲେ ମଧ୍ୟ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୂର୍ବ ପରି ନାହାନ୍ତି ବୋଲି ସେ କହିଛନ୍ତି ।

ରାଜ୍ୟରେ ଜାରି ରହିଥିବା ୫-ଟି କାର୍ଯ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିଜୟ । ସେ କହିଛନ୍ତି ରାଜ୍ୟରେ ଯଦି ସମସ୍ତ ବିଭାଗ ଠିକ୍‌ ଭାବେ କାର୍ଯ୍ୟ କରିବେ ତେବେ ରାଜ୍ୟରେ ୫ଟିର ଆବଶ୍ୟକତା କ’ଣ ରହିଛି ? ଅନେକ ବିଜ୍ଞ ବ୍ୟକ୍ତି ରହିଛନ୍ତି । ସେମାନଙ୍କର କ୍ଷୋଭ ରହିଛି। ସେମାନଙ୍କୁ ଠିକ୍‌ରେ କାମ କରିବାକୁ ଦିଆଯାଇଛି କି ନାହିଁ ସେନେଇ ମଧ୍ୟ ବିଜୟ ପ୍ରଶ୍ନ କରିଛନ୍ତି ।