Advertisment

କୋଟିଆରେ ଅନୁପ୍ରବେଶ କରୁଛି ଆନ୍ଧ୍ର, ହେଲେ ସରକାରଙ୍କ ପାଖରେ ନାହିଁ ଖବର

ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ରାସ୍ତା ନିର୍ମାଣ ଭଳି କିଛି ଘଟଣା ଦୃଷ୍ଟି ଗୋଚର ହୋଇନି । ଏଭଳି କିଛି ଘଟିଲେ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।

ଅଦ୍ୟତନ ହୋଇଛି
No Info On Andhra's Intrusion In Kotia: Odisha Minister in Assembly

Pramila mallick

Advertisment

କୋରାପୁଟ କୋଟିଆରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ନେଇ ରାଜ୍ୟ ସରକାର ଙ୍କ ପାଖରେ ଏବେ ଯାଏଁ ଖବର ନାହିଁ । ବିଧାନସଭାରେ ପୁଣି ସମାନ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆନ୍ଧ୍ର ପକ୍ଷରୁ ଭତ୍ତା ଓ ରାସନକାର୍ଡ ବଣ୍ଟନ ନେଇ ବି କୌଣସି ସୂଚନା ନାହିଁ କହିଛନ୍ତି ପ୍ରମିଳା ।

Advertisment

ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନର ଏହା ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ସେହିପରି ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ରାସ୍ତା ନିର୍ମାଣ ଭଳି କିଛି ଘଟଣା ଦୃଷ୍ଟି ଗୋଚର ହୋଇନି । ଏଭଳି କିଛି ଘଟିଲେ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ । ଏହାପୂର୍ବରୁ ଗତ ମୌସୁମୀ ଅଧିବେଶନରେ ବି ସମାନ ଜବାବ ଗୃହରେ ରଖିଥିଲେ ରାଜସ୍ୱମନ୍ତ୍ରୀ ।

ଯାହାକୁ ନେଇ ଏବେ ରାଜନୀତି ତେଜିଛି । ପ୍ରତିଦିନ ଆନ୍ଧ୍ର ଅଧିକାରୀ କୋଟିଆ ଭିତରେ ଅନୁପ୍ରବେଶ କରୁଛନ୍ତି । ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରୁଛନ୍ତି । ତଥାପି ରାଜ୍ୟ ସରକାର ସବୁ ଜାଣି ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ସେହିପରି କୋରାପୁଟ ରେ ଏହାକୁ ନେଇ ଅସନ୍ତୋଷ ତେଜିଛି । ଅପରପକ୍ଷେ ଘଟଣାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

Advertisment
Odisha-Andhra Border Dispute Assembly Odisha Politics Pramila Mallick Kusum Tete
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ