/odishatv-khabar/media/post_attachments/uploadimage/library/16_9/16_9_0/Politics_1709909233.jpg)
Politics
ମେଣ୍ଟ ଆଲୋଚନା ହୋଇନି ବୋଲି କହିଲେ ମନମୋହନ । ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି କହିଲେ ମନମୋହନ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ଦୋହରାଇଲେ ମନମୋହନ । ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ଲଢ଼ିବ ।
ବିଜେପି କିଭଳି ସରକାର କରିବ, ସେନେଇ ଆଲୋଚନା ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ନେଇ ଆଲୋଚନା ହୋଇଛି । ଗତ କିଛିଦିନ ଧରି ରାଜ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜାରି ରହିଥିଲା । ଘନ ଘନ ବୈଠକ ସହ, ବିଜେପି ଓ ବିଜେଡ଼ି ନେତାମାନେ ଦିଲ୍ଲୀ ଯାଉଥିଲେ ।
ତେବେ ମେଣ୍ଟ ଚର୍ଚ୍ଚାକୁ ମନଗଢ଼ା କହି ବିରାମ ଲଗାଇଛନ୍ତି ମନମୋହନ । କହିଛନ୍ତି ସମସ୍ତ ଲୋକସଭା ଓ ବିଧାନସଭା ସିଟରେ ଏକାକୀ ଲଢ଼ିବ ଦଳ । ୧୪୭ ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ କେବଳ ବିଜେପି ଦେବ ବୋଲି ଦିଲ୍ଲୀରୁ ଫେରିବା ପରେ କହିଛନ୍ତି ରାଜ୍ୟ ସଭାପତି ମନମୋହଲ ସାମଲ ।
ସୂଚନାଯୋଗ୍ୟ ଗତ କିଛିଦିନ ତଳେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଥିଲେ, ମେଣ୍ଟ ନେଇ ଆଲୋଚନା ହୋଇଥିଲା । ଆମେ ଏକାକୀ ଲଢ଼ିବା ସପକ୍ଷରେ ମତ ଦେଇଛୁ । କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ରୀୟ ନେତୃତ୍ୱ । ସେହିପରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦୁଇ ରାଉଣ୍ଡ ବୈଠକ ପରେ ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି । ରାଜ୍ୟର ସ୍ୱାର୍ଥ ପାଇଁ ଯାହା ଦରକାର, ସବୁ କିଛି କରିବ ବିଜେଡି । ଏଣୁ ମେଣ୍ଟ ଚର୍ଚ୍ଚା ଜାରି ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)