• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭିତରେ ଭିତରେ ଚାଲିଛି କି ବିରୋଧୀ ମେଣ୍ଟ ମେଳି ? କାରଣ, ଦିଲ୍ଲୀରେ ଜଣକ ପରେ ଜଣେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର । ରାହୁଲ ଗାନ୍ଧୀଙ୍କ ପରେ ଆଜି ସିପିଏମ ମହାସଚିବ ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି ନୀତୀଶ । ଏହି ସାକ୍ଷାତ ପରେ ନୀତୀଶ କହିଛନ୍ତି, ବାମ ଦଳ ଓ କଂଗ୍ରେସ ସମେତ ସବୁ ବିରୋଧୀ ଏକତା ଦେଖାଇଲେ ବଡ ପରିବର୍ତ୍ତନ ଆସିପାରିବ । ବିରୋଧୀ ମେଣ୍ଟରେ ଆସିଥିବାରୁ ତାଙ୍କୁ ସ୍ୱାଗତ କରୁଛୁ ବୋଲି ସିପିଏମ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି । ୟେଚୁରୀଙ୍କ ପରେ ସିପିଆଇ ସାଧାରଣ ସଂପାଦକ ଡି.ରାଜାଙ୍କୁ ବି ସାକ୍ଷାତ କରି ଆଲୋଚନା କରିଛନ୍ତି ନୀତୀଶ ।

ଏହାପରେ ନୀତୀଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅପରେସନ ଲୋଟସ ଓ ଘୋଡ଼ା ବେପାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା କେଜରିଓ୍ୱାଲ କହିଛନ୍ତି । ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କୁ ମଧ୍ୟ ଭେଟିଛନ୍ତି ନୀତୀଶ । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କର ଅଭିଳାଷା ନାହିଁ ବୋଲି ନୀତୀଶ କହିଛନ୍ତି । ସେପଟେ ବିଜେପି ନେତା ରବି ଶଙ୍କର ପ୍ରସାଦ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ପୋଷ୍ଟ ଖାଲି ନାହିଁ କହି କଟାକ୍ଷ କରିଛନ୍ତି ।