Advertisment

ବିଜେଡି ସହ ହେଲା କି ଡିଲ୍, ମାନିଗଲେ ସୁଶାନ୍ତ..!

ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ସଂଗଠନ କଥା ବୁଝିବାକୁ ତାଙ୍କୁ କୁହାଯାଇଥିବା ସୁଶାନ୍ତ କହିଥିବା ବେଳେ ବିଜେଡି କିନ୍ତୁ ବିଧିବଦ୍ଧ ଭାବେ କିଛି ଘୋଷଣା କରିନି।

ଅଦ୍ୟତନ ହୋଇଛି
Odisha Politics: Sushant Singh On Ministry Reshuffle

Odisha Politics, BJD, Sushant Singh

Advertisment

ସୁଶାନ୍ତ ସିଂଙ୍କୁ ନେଇ ଅଡୁଆରେ ବିଜେଡି ! ମନ୍ତ୍ରୀ ପଦ ନମଳିବାରୁ ଦଳରେ ବିଦ୍ରୋହ ଭଳି ସ୍ଥିତି ।ଅସନ୍ତୁଷ୍ଟ ସୁଶାନ୍ତକୁ ମନାଇବାକୁ ଜୋରାଦର ଉଦ୍ୟମ । କେଉଁ ଡିଲ୍ କରି ସୁଶାନ୍ତଙ୍କୁ କରାଗଲା ସନ୍ତୁଷ୍ଟ ? ମନ୍ତ୍ରୀ ପଦ ନମିଳିବା ପରେ ଅସନ୍ତୁଷ୍ଟ ଥିବା ବିଧାୟକ ସୁଶାନ୍ତ ସିଂଙ୍କ ସହ କିଛି ଡିଲ୍ କଲା ବି ବିଜେଡି ? ମନ୍ତ୍ରିମଣ୍ଡଳ ଅଦଳବଦଳ ପରଠାରୁ ସୁଶାନ୍ତଙ୍କୁ ମନାଇବାକୁ ବିଜେଡିର ଭରପୂର ଉଦ୍ୟମ ପରେ କିଛି ଏଭଳି ଚର୍ଚ୍ଚା ହେଉଛି। ସୁଶାନ୍ତ ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଆଜି ଦଳର ସଙ୍ଗଠନ ସଂପାଦକଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ସଂଗଠନ କଥା ବୁଝିବାକୁ ତାଙ୍କୁ କୁହାଯାଇଥିବା ସୁଶାନ୍ତ କହିଥିବା ବେଳେ ବିଜେଡି କିନ୍ତୁ ବିଧିବଦ୍ଧ ଭାବେ କିଛି ଘୋଷଣା କରିନି।

Advertisment

ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାର ଟାଣୁଆ ବିଧାୟକ ସୁଶାନ୍ତ ସିଂଙ୍କୁ ସ୍ଥାନ ନମିଳିବା ପରେ ତାଙ୍କ ସମର୍ଥକମାନେ ଘୋର ଅସନ୍ତୋଷ ପ୍ରକାଶ କରି ସମୂହ ଇସ୍ତଫା ଧମକ ଦେଇଥିଲେ । ସ୍ଥିତି ବିଗିଡିବା ଆଶଙ୍କା ଥିବାରୁ ସୁଶାନ୍ତଙ୍କୁ ନବୀନ ନିବାସକୁ ଡାକରା ହେଲା। ଗତକାଲି ସେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ। ଆଜି ପୁଣି ଶଙ୍ଖ ଭବନରେ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ କଥା ହୋଇଛନ୍ତି ସୁଶାନ୍ତ। ବଡ଼ ପ୍ରଶ୍ନ, କେଉଁ ଫର୍ମୁଲାରେ ଶାନ୍ତ ହେଲେ ସୁଶାନ୍ତ ? ବିଜେଡି-ସୁଶାନ୍ତଙ୍କ ମଧ୍ୟରେ କିଛି ଡିଲ୍ ହେଲା କି ? ଚର୍ଚ୍ଚା ହେଉଛି, ଦଳୀୟ ଚାପ ଓ କିଛି ନିର୍ଦ୍ଦିଷ୍ଟ ଲୋଭ ଦେଖାଇ ସୁଶାନ୍ତଙ୍କ ମାନଭଂଜନ କରାଯାଇଛି ।

ସେପଟେ ସୁଶାନ୍ତ କହିଛନ୍ତି ସେ ଅସନ୍ତୁଷ୍ଟ ନଥିଲେ, କିନ୍ତୁ ତାଙ୍କ ସମର୍ଥକମାନେ ଭାବାବେଗରେ ଆସି ଅସନ୍ତୋଷ ପ୍ରକାଶ କରିଥିଲେ। ଏହାସହ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାକୁ ଛାଡି ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ସଙ୍ଗଠନ କଥା ସେ ବୁଝିବେ। କିନ୍ତୁ ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇନି ।

Advertisment

ସେପଟେ ବିଜେଡି ଫୋକସରେ ଏବେ ପଶ୍ଚିମ ଓଡ଼ିଶା । ଏଠାକାର ୩୫ ବିଧାନସଭା ଆସନ ଭିତରୁ ୩୧ଟିରେ ଦଳ ବିଜୟୀ ହେବା ପାଇଁ ଟାର୍ଗେଟ ରଖିଛି । ୨୦୧୯ରେ ଏହି ୩୫ ଆସନ ମଧ୍ୟରୁ ବିଜେଡି ୨୨, ବିଜେପି ୮, କଂଗ୍ରେସ୍ ୪ ଓ ସିପିଏମ୍ ଗୋଟିଏରେ ଜିତିଥିଲା । ସେହିପରି ପଶ୍ଚିମର ଓଡ଼ିଶାର ୫ଟି ଯାକ ଲୋକସଭା ଆସନରେ ବିଜେଡି ଗତଥର ହାରିଯାଇ ଥିବା ବେଳେ, ୨୪ରେ ସେ ସେବୁକୁ ଅକ୍ତିୟାର କରିବାକୁ ଲକ୍ଷ୍ୟ ରଖିଛି। ତେବେ ସୁଶାନ୍ତଙ୍କ ଏଭଳି ଆକଳନ ବିରୋଧୀଙ୍କର ହଜମ ହୋଇନି।

ପଶ୍ଚିମ ଓଡ଼ିଶାରେ ବିଜେପିର ଦବଦବା ଅଧିକ। ତେଣୁ ଏଠାରେ ପଦ୍ମକୁ ଚେକ୍ ଦେବାରେ ବିଜେଡିର ଉଦ୍ୟମ କେତେ କାମ ଦେଉଛି ତାଉପରେ ନଜର ରହିଛି ।

Advertisment

BJD Odisha Politics Susanta Singh Ministry Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ