Advertisment

ନବ ହତ୍ୟା ନେଇ ନରସିଂହଙ୍କ ନୂଆ ତଥ୍ୟ, ଝିଅ ଦୀପାଳିଙ୍କ ଇମୋସ୍‌ନାଲ ଆଟାକ୍...

ଓଡ଼ିଶା ସରକାର ଗୋପାଳକୁ ବଞ୍ଚେଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବା କହି ସାଂଘାତିକ ଅଭିଯୋଗ କରିଛନ୍ତି ଜୟନାରାୟଣ ।

ଅଦ୍ୟତନ ହୋଇଛି
Narasingha Mishra On Naba Das Murder Case

Narasingha Mishra

Advertisment

ନବ ଦାସ ହତ୍ୟାକାଣ୍ଡକୁ ନେଇ ବେଳକୁ ବେଳ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଅଭିଯୁକ୍ତ ଗୋପାଳ ଦାସ ପାଗଳ ନୁହେଁ ବୋଲି ରିପୋର୍ଟ ଆସିବା ପରେ ଏହାକୁ ନେଇ ଜୋର ଧରିଛି ରାଜନୀତି । ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ କଂଗ୍ରେସ ବିଧାୟକ ଦଳ ନେତା ନୂଆ କଥା କହିଛନ୍ତି । ଆଉ ତାଙ୍କ କଥାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ ।

Advertisment

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା ନେଇ ଆସିଲା ବଡ଼ ଖବର ! ଗୋପାଳ ଦାସ ପାଗଳ ନୁହେଁ...

ପ୍ରଥମେ ଜୟନାରାୟଣ କହିଥିଲେ, ଗୋପାଳକୁ ଯିଏ ସୁପାରୀ ଦେଇଛି, ସେ ଆସ୍ୟୁରାନ୍ସ ମଧ୍ୟ ଦେଇଛି । କୌଣସି କାର୍ଯ୍ୟାନୁଷ୍ଠାନ ହେବନି, ତାକୁ ଖସେଇ ଦିଆଯିବ ବୋଲି କୁହାଯାଇଛି । ତେଣୁ ପୋଲିସ କଣ ପାଇଁ ପାଗଳ କରିବାକୁ ଚାହୁଁଛି, ସ୍ପଷ୍ଟ ହୋଇଯାଇଛି । ହତ୍ୟା ପଛରେ କିଏ, ଉଦ୍ଦେଶ୍ୟ କଣ, ପୋଲିସ ବାହାର କରିବାକୁ ଚାହୁଁନି ବୋଲି କହିଛନ୍ତି ଜୟ । ଓଡ଼ିଶା ସରକାର ଗୋପାଳକୁ ବଞ୍ଚେଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବା କହି ସାଂଘାତିକ ଅଭିଯୋଗ କରିଛନ୍ତି ଜୟନାରାୟଣ ।

Advertisment

ଏହାପରେ ନବ ଦାସ ହତ୍ୟା ନେଇ ଗୋପାଳ ବିଷୟରେ ନୂଆ ତଥ୍ୟ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଖବର ଅନୁସାରେ ଝିଆରୀ ଚାକିରି ପାଇଁ ଗୋପାଳ ନବଙ୍କ ପାଖକୁ ଯାଉଥିଲେ । ସେତେବେଳେ କିଛି ଅଘଟଣ ଘଟି ନଥାଇପାରେ ବୋଲି କିଏ କହିବ । ଏଥିପାଇଁ ଗୋପାଳ ପରିବାର
ଲୋକେ ଷଡ଼ଯନ୍ତ୍ର କରିଥାଇ ପାରନ୍ତି । ଗୋପାଳର ଝିଆରୀକୁ ପଚରାଉଚରା କଲେ ସ୍ପଷ୍ଟ ଜଣାପଡ଼ିବ । ବ୍ୟକ୍ତିଗତ ସହ ରାଜନୈତିକ କିମ୍ବା ବ୍ୟାବସାୟିକ କାରଣ ମଧ୍ୟ ହୋଇଥାଇପାରେ ବୋଲି ନରସିଂହ କହିଛନ୍ତି ।

ତେବେ ନରସିଂହଙ୍କ ଏଭଳି ସାଂଘାତିକ ତଥ୍ୟ ପରେ, ତାଙ୍କୁ କଡ଼ା ଜବାବ ଦେଇଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । ଏସବୁ ମନ୍ତବ୍ୟ ‘ଆପଣଙ୍କୁ ଶୋଭା ଦେଉନି, ଆପଣଙ୍କ ମନ୍ତବ୍ୟ ମୋତେ ଓ ମୋ ପରିବାରକୁ ଆଘାତ ଦେଇଛି । ମୋ ବାପାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଇବା ଆମକୁ ଆଘାତ ଦେଇଛି । ଜଣଙ୍କ ଦେହାନ୍ତ ପରେ ତାଙ୍କ ଚରିତ୍ରକୁ ଆକ୍ଷେପ ଆମ ସଂସ୍କୃତି ବିରୋଧୀ । ବାପାଙ୍କ ଚରିତ୍ରକୁ ନେଇ ଏଭଳି କହନ୍ତୁନି, ଏସବୁ ଆପଣଙ୍କୁ ଶୋଭା ଦେଉନି । ହତ୍ୟା ନେଇ କିଛି ତଥ୍ୟ ଥିଲେ କୋର୍ଟ ଓ ପୋଲିସକୁ ଦିଅନ୍ତୁ ।’ ଏଭଳି କହି ଦିନ ନରସିଂହଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦୀପାଳି ।

Advertisment

ତେବେ ଗୋପାଳ ପାଗଳ ନୁହେଁ ବୋଲି ଡାକ୍ତରି ରିପୋର୍ଟକୁ ନେଇ କୋର୍ଟଙ୍କ ଅର୍ଡର ପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଧାୟକ ଶଶୀଭୁଷଣ ବେହେରା କହିଛନ୍ତି ସରକାରଙ୍କ ଉପରେ ଯେଉଁ ଆରୋପ ଲାଗୁଥିଲା ତାହା ଭୁଲ ପ୍ରମାଣିତ ହେଇଛି। ଗୋପାଳକୁ ପାଗଳ ସଜା ଯାଉଥିବା ଏବଂ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଯେଉଁ ଅଭିଯୋଗ ହେଉଥିଲା ତାହା କୋର୍ଟ ପ୍ରମାଣିତ କରି ଦେଲା ଯେ ଗୋପାଳ ପାଗଳ ନୁହେଁ ।

BJD BJP Naba Das Narasingha Mishra Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ