• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମପୁରରେ ସଙ୍ଖନାଦ । ସଂଘମିତ୍ରା ଦଳେଇ ହେଲେ ବ୍ରହ୍ମପୁର ମହାନଗର ନିଗମର ନୂଆ ମେୟର । ସଂଘମିତ୍ରା ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ୨୦୨୮୬ ଭୋଟ୍‌ରେ ପରାଜିତ କରିଛନ୍ତି । ସଂଘମିତ୍ରା ଓ ସବିତାଙ୍କ ମଧ୍ୟରେ ଭୋଟ ବ୍ୟବଧାନ ୨୦୨୮୬ ରହିଛି । ତେବେ ଆସନ୍ତୁ ପୁଣି ଥରେ ନଜର ପକାଇଥିବା ସଂଘମିତ୍ରାଙ୍କ ରାଜନୈତିକ କ୍ୟାରିୟର ଉପରେ ।

ସଂଘମିତ୍ରା ଦଳେଇ:-

ବ୍ରହ୍ମପୁର ମହାନଗର ନିଗମର ନୂଆ ମେୟର । ତାଙ୍କର ବୟସ ୫୨ । ତାଙ୍କ ସ୍ୱାମୀଙ୍କ ନାଁ ଭୀମସେନ ଦଳେଇ । ତାଙ୍କ ସ୍ୱାମୀ ଜଣେ ଜେଲ୍ ସପ୍ଲାଇ କଣ୍ଟ୍ରାକ୍ଟ୍ରର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍‌ ଥାନା ଅଧିନ ବଡ଼ସାହିର ମୂଳବାସିନ୍ଦା ହେଉଛନ୍ତି ସଂଘମିତ୍ରା ।

ଶିକ୍ଷାଗତ ଯୋଗ୍ୟତା

ବ୍ରହ୍ମପୁର ୟୁନିଭରସିଟି ଅଧିନ ଗଞ୍ଜାମ ଲ’ କଲେଜରୁ ସେ ୧୯୯୮ ମସିହାରେ ଏଲ୍‌ଏଲ୍‌ବି ପାସ୍‌ କରିଛନ୍ତି ।

ବୃତ୍ତି

ସଂଘମିତ୍ରା ପେସାରେ ଜଣେ ଆଇନଜୀବୀ । ହେଲେ ଜଣେ ସମାଜସେବିକା ଭାବେ ସେ ବେଶ ପରିଚିତ ।

ସମ୍ପତ୍ତି

ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଯଥାକ୍ରମେ ୫୨ ଲକ୍ଷ ୫୬ ହଜାର ୪୬୭ ଓ ୪୫ ଲକ୍ଷ ଟଙ୍କା । ତାଙ୍କୁ ୬ ଲକ୍ଷ ୬୮ ହଜାର ୭୪୪ ଟଙ୍କା ଋଣ ସୁଝିବାକୁ ମଧ୍ୟ ରହିଛି ।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତଥ୍ୟରେ ସେ ଦର୍ଶାଇଛନ୍ତି ଯେ, ତାଙ୍କର ବାର୍ଷିକ ରୋଜଗାର ୭ ଲକ୍ଷ ଟଙ୍କା ଏବଂ ତାଙ୍କ ବିରୋଧରେ କୌଣସି ପ୍ରକାର କ୍ରିମିନାଲ କେସ୍‌ ନାହିଁ ।

ଏବେ ଆସନ୍ତୁ ନଜର ପକାଇବା ବ୍ରହ୍ମପୁର ମହାନଗର ନିଗମ ମେୟର ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କ କ୍ୟାରିୟର ଉପରେ ।

ସବିତା ସୁଆର:-

ବିଜେପିରୁ ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ ହୋଇଥିଲେ ସବିତା ସୁଆର । ତାଙ୍କର ବୟସ ୪୩ । ତାଙ୍କ ସ୍ୱାମୀଙ୍କ ନାଁ ଉତ୍ତମ କୁମାର ପାଣିଗ୍ରାହୀ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଇନ୍ଦିରା ନଗରର ମୂଳବାସିନ୍ଦା ହେଉଛନ୍ତି ସବିତା ।

ଶିକ୍ଷାଗତ ଯୋଗ୍ୟତା

ସେ ବ୍ରହ୍ମପୁର ୟୁନିଭରସିଟିରୁ ଭାଷା ବିଜ୍ଞାନରେ ପିଏଚ୍‌ଡି କରିଛନ୍ତି ।

ସମ୍ପତ୍ତି

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୮୮ ଲକ୍ଷ ୫୦ ହଜାର ଟଙ୍କା । ସେଥିମଧ୍ୟରୁ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୫ ଲକ୍ଷ ଟଙ୍କା ଓ ସ୍ଥାବର ସମ୍ପତ୍ତିର ମୂଲ୍ୟ ୫୩ ଲକ୍ଷ ୫୦ ହଜାର ଟଙ୍କା । ତାଙ୍କର କାହାକୁ ଟଙ୍କାଟିଏ ବି ସୁଝିବାକୁ ନାହିଁ । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ସେ ରୋଜଗାରକ୍ଷମ ଏବଂ ତାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ । ତାଙ୍କ ନାଁରେ ମଧ୍ୟ କୌଣସି କ୍ରିମିନାଲ କେସ୍‌ ନାହିଁ ।