• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୌର ନିର୍ବାଚନ ପାଇଁ ସରଗରମ ପ୍ରଚାର ମଇଦାନ । ଆସନ୍ତାକାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଏହା ପୂର୍ବରୁ ହିଁ ପ୍ରଚାରରେ ଲାଗିପଡିଛନ୍ତି ପ୍ରାର୍ଥୀ । ବିଜେପି ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି ।

ରାଜଧାନୀ ଭୁବନନେଶ୍ୱରରେ ମେୟର ପ୍ରାର୍ଥୀନୀ ସୁନୀତି ମୁଣ୍ଡଙ୍କ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଚାର କରୁଥିବାବେଳେ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାଶ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରଚାର ମଇଦାନରେ ପଛରେ ପଡ଼ିନାହାନ୍ତି କଂଗ୍ରେସ ପ୍ରାର୍ଥୀନି ମଧୁସ୍ମିତା ଆଚାର୍ଯ୍ୟ ସେ ମଧ୍ୟ ନିଜ ସମର୍ଥକଙ୍କୁ ଧରି ପ୍ରଚାର ଚଳାଇଛନ୍ତି ।

ସେହିପରି,କଟକ ଓ ବ୍ରହ୍ମପୁରରେ ମଧ୍ୟ ପ୍ରଚାର ସରଗରମ ହୋଇଛି । କଂଗ୍ରେସ, ବିଜେପି, ବିଜେଡି ନିଜ ନିଜ ଷ୍ଟାର୍ ପ୍ରଚାରକ ମାନେ ଏବେ ଘର ଘର ବୁଲି ପ୍ରଚାର କରୁଛନ୍ତି । ସେପଟେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଏମ୍ବିଏ ଛାତ୍ରୀ ସି.ପ୍ରିୟଙ୍କା ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ହୋଇଛନ୍ତି । ଦିଲ୍ଲୀରେ କେଜରିୱାଲଙ୍କ ଭଳି ବ୍ରହ୍ମପୁରରେ ଲୋକଙ୍କୁ ସୁବିଧା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇ ସେ ଭୋଟ୍ ଭିକ୍ଷା କରୁଛନ୍ତି ।

ଅନ୍ୟପକ୍ଷେ, ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ମଧ୍ୟ ପ୍ରଚାର ଜୋର୍ ଧରିଛି ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ହାତରେ ଦିନ କମ୍ ଥିବାରୁ କେହି ସମୟ ନଷ୍ଟ କରି ପ୍ରଚାରରେ ମାତିଛନ୍ତି ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ର୍ହୋଇଛି ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ ରାଜ୍ୟର ୧୦୬ଟି ମ୍ୟୁନିସପାଲିଟି ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ହେବ ଭୋଟ୍

OTV is now on Whatsapp

Join and get latest news update delivered to you via whatsapp

Join Now