• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ପୌର ଭୋଟ । ହେଲେ ଭୁବନେଶ୍ୱରରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଛି । କେବଳ ଏତିକି ନୁହେଁ ବିଭିନ୍ନ ବୁଥ୍‌ମାନଙ୍କରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ୱ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ବିଏମସିର ୪୧ ନମ୍ବର ୱାର୍ଡର ୪୩୨ ନମ୍ବର ବୁଥର ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ନୟାପଲ୍ଲୀର ୪୦୮ ନଂ ବୁଥ୍‌ରେ ମଧ୍ୟ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଛି ।

ସେହିପରି ବାଲିଗୁଡ଼ାର ଜି.ଉଦୟଗିରି NACର ୧୦ ନଂ ବୁଥ୍‌ରେ ମଧ୍ୟ ଇଭିଏମ୍ କାମ କରୁନି । ଘଣ୍ଟାଏ ପାର୍‌ କରି ସାରିଥିଲେ ବି ମତଦାନ ଆରମ୍ଭ ହୋଇପାରିନଥିଲା । ଆଠଗଡ଼ରେ ମଧ୍ୟ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି । ୩ ନମ୍ବର ୱାର୍ଡର ୩ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁଁ ଭୋଟିଂରେ ବିଳମ୍ବ ହୋଇଥିବାର ଜଣାପଡିଛି ।

ଅନ୍ୟପକ୍ଷେ, ଆଜି ପୌର ନିର୍ବାଚନ ପାଇଁ ମତଦାନ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଏଥର ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି।