Advertisment

ଭୁବନେଶ୍ୱର AIIMSକୁ ରେଫର୍ ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ସାମାନ୍ୟ ସୁସ୍ଥ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଡିସ୍‌ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି।

ଅଦ୍ୟତନ ହୋଇଛି
MP Pratap Sarangi Refer To Bhubaneswar AIIMS

MP Pratap Sarangi Refer To Bhubaneswar AIIMS

Advertisment

ବାଲେଶ୍ୱର FM ମେଡିକାଲ୍‌ରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଡିସ୍‌ଚାର୍ଜ କରାଯାଇଛି। ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି। ସ୍ୱାସ୍ଥ୍ୟାବସ୍ଥାର ଅଧିକ ଯାଞ୍ଚ ପାଇଁ ଏମ୍ସକୁ ରେଫର୍ କରାଯାଇଥିବା ଜଣାପଡ଼ିଛି। ନିମୋନିଆରେ ପୀଡ଼ିତ ହେବା ପରେ ଗତକାଲି FM ମେଡିକାଲ୍‌ର ICUରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଭର୍ତ୍ତି କରାଯାଇଥିଲା।

Advertisment

ସୂଚନାଥାଉ କି,  ୩ ଦିନ ପୂର୍ବେ ସାଂସଦଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ତେବେ ଗତକାଲି ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ଅଧିକ ଅସୁସ୍ଥ ଲାଗିବାରୁ ସନ୍ଧ୍ୟା ୬ଟାରେ ICUରେ ଭର୍ତ୍ତି କରାଯାଇଥିଲା। ମେଡିକାଲ୍‌ରେ ଜଣେ ପ୍ରଫେସରଙ୍କ ସମେତ ସିଡିଏମଓ ଏବଂ ଏଡିଏମଓ ସାଂସଦଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ।ତାଙ୍କ ଛାତିରେ ସଂକ୍ରମଣ ହୋଇଥିବା କାରଣରୁ ତାହା ନିମୋନିଆ ଲକ୍ଷଣ ବୋଲି ଡାକ୍ତର ସୂଚନା ଦେଇଥିଲେ।

Pratap Sarangi Bhubaneswar AIIMS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ