Advertisment

ଓଡ଼ିଶାରେ ନିର୍ବାଚନ ଜଗିବାକୁ ଆସିବେ ଅଧିକ ୭୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପକୁ ରୋକିବା ପାଇଁ CRPFର ସ୍ପେଶାଲ କମାଣ୍ଡୋ ୟୁନିଟ୍ 'COBRA' ମଧ୍ୟ ଏହି ଶିବିରରେ ନିୟୋଜିତ କରାଯାଇଛି |

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Central Force

Central Force

ମୁକ୍ତ ଏବଂ ନିରପେକ୍ଷ ସାଧାରଣ ନିର୍ବାଚନ ପାଇଁ ରାଜ୍ୟକୁ ଆସିଛନ୍ତି ୭୫ କମ୍ପାନୀ ଅଧିକ କେନ୍ଦ୍ରୀୟ ଫୋର୍ସ । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଅନୁମୋଦନ କ୍ରମେ ଏହି ଫୋର୍ସ ରାଜ୍ୟକୁ ଆସିଛନ୍ତି । ଯେଉଁଥିରେ ୩୫ କମ୍ପାନୀ CRPF, ୩୫ କମ୍ପାନୀ ବିଏସ୍ଏଫ୍ ଏବଂ ୫ କମ୍ପାନୀ ସିଆଇଏସ୍ଏଫ୍ ରହିଛନ୍ତି । ଯେଉଁମାନେ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ନିୟନ୍ତ୍ରଣ ସହ ମାଓ ଅଞ୍ଚଳରେ ହିଂସାମୁକ୍ତ ନିର୍ବାଚନ ପରିଚାଳନାରେ ସହାୟକ ହେବେ।

Advertisment

ଏଥିସହ ରାଜ୍ୟରେ ମାଓ ଉପଦ୍ରବ ଜିଲା ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି ଆଦି ଜିଲ୍ଲାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । crpf ମୁତୟନ ଥିବା ଜିଲ୍ଲା ଗୁଡିକରେ ଲୋକଙ୍କ ଆସ୍ଥା ଭାଜନ ହେବା ନେଇ crpf ଆଇଜିଙ୍କ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ଏଥିସହ ଓଡ଼ିଶା ଛତିଶଗଡ ସୀମାରେ ୪ଟି ନୂଆ କ୍ୟାମ୍ପ କରାଯିବା ସହ ମାଓ ଗତିବିଧି ଉପରେ ନଜର ରଖାଯାଇଛି ।

ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପକୁ ରୋକିବା ପାଇଁ CRPFର ସ୍ପେଶାଲ କମାଣ୍ଡୋ ୟୁନିଟ୍ 'COBRA' ମଧ୍ୟ ଏହି ଶିବିରରେ ନିୟୋଜିତ କରାଯାଇଛି ।

Advertisment
BJD General Election 2024 BJP Congress Odisha Politics
Advertisment
Advertisment