Advertisment

ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ମୋଦି ! ଚଣ୍ଡିଖୋଲରେ ହେବ କାର୍ଯ୍ୟକ୍ରମ

ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Narendra Modi To Visit Odisha

Narendra Modi

Advertisment

ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଣ୍ଡିଖୋଲରେ କାର୍ଯ୍ୟକ୍ରମ ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଖବର ଆସିଥିବା କହିଛନ୍ତି ମନମୋହନ ସାମଲ । ତେବେ ଖୁବଶୀଘ୍ର ଚୂଡ଼ାନ୍ତ ତାରିଖ ନିର୍ଦ୍ଧାରଣ ହେବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ।

Advertisment

ସୂଚନାଅନୁସାରେ, ଫେବ୍ରୁଆରୀ ୩ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ। ଏହି ଗସ୍ତ ସମୟରେ ସେ ସମ୍ବଲପୁରରେ IIMର ନୂଆ କ୍ୟାମ୍ପସକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଏହାପରେ ମୋଦି ସମ୍ବଲପୁରର ରେମେଡ୍‌ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଓଡ଼ିଶା ଗସ୍ତରେ ଆସିଥିଲେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଘରେ ଘରେ ମୋଦିଙ୍କ ଗ୍ୟାରେଣ୍ଟି ପହଞ୍ଚାଇବା ସହ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ଶିବରାଜ। ସେହିପରି ଫେବ୍ରୁଆରୀ ୨୨ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ନବରଙ୍ଗପୁର, ଗଂଜାମ ଓ ବାରିପଦାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Advertisment
Manmohan Samal BJP PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ