/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684682594.jpg)
Cabinet reshuffle
ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍ କଲ୍। ଆରୁଖ, ମାରାଣ୍ଡି ଓ ସାରଦାଙ୍କୁ ଗଲା ଫୋନ୍ କଲ୍। ବିଧାୟକ ବିକ୍ରମ ଆରୁଖଙ୍କ ପାଖକୁ ଫୋନ୍ କଲ୍ ଯାଇଥିବା ବେଳେ ବିଧାୟକ ସାରଦା ନାୟକ ଓ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ମଧ୍ୟ କଲ୍ ଯାଇଥିବା ସୂଚନା ମିଳିଛି। କାଲି ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଫୋନ୍ କଲ୍ ଯାଇଛି। କ୍ୟାବିନେଟ ମନ୍ତ୍ରୀ ଭାବେ ବିକ୍ରମ, ସାରଦା ଓ ସୁଦାମ ଶପଥ ନେବେ।
Advertisment
ସୁଦାମ ମାର୍ଣ୍ଡି। ଏବେ ମୟୂରଭଂଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି ସୁଦାମ ମାର୍ଣ୍ଡି। ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ ସୁଦାମ ମାର୍ଣ୍ଡି। ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା JMM ଟିକେଟରୁ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ବିଜେଡି ଟିକେଟରୁ ଲଢି ବିଧାନସଭାକୁ ଯାଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)