ପୁରୀରେ ଚାଲିଥିବା ୩ ଦିନିଆ ବିଜେପି ପ୍ରଶିକ୍ଷଣ ଶିବିରର ଆଜି ଦ୍ବିତୀୟ ଦିନ । ଆଜି ମଧ୍ୟ ୪ଟି ସେସନ୍ରେ ନେତା ପାଠ ପଢିବେ । ବିଜେପି ସହ ସଂଗଠନ ମହାମନ୍ତ୍ରୀ ବି.ସତୀଶ, ସୁନୀଲ ବଂଶଲ ଏବଂ ବିଏଲ୍ ସନ୍ତୋଷ ଯୋଗ ଦେଇ ଗୋଟିଏ ଗୋଟିଏ ସେସନ୍ ନେବେ । ଗତକାଲି ଦଳୀୟ ନେତାଙ୍କୁ ପାଠ ପଢାଇଥିଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । କହିଥିଲେ, ବିଧାୟକ, ସାଂସଦ ଅବା ମନ୍ତ୍ରୀ ବୋଲି ଗର୍ବ କି ଅହଂକାର କରନି । ଗ୍ରୁପିଜିମ, ଚାପୁଲିସି ଛାଡ଼ । ପ୍ରଥମେ ନିଜର ବ୍ୟକ୍ତିତ୍ୱ ତିଆରି କର । ଗ୍ରାଉଣ୍ଡକୁ ଯାଅ, ଅଙ୍ଗନୱାଡି ଓ ମେଡିକାଲକୁ ଯାଇ ଅଧ ଘଣ୍ଟା ବସ । ବିଜେପି ପ୍ରଶିକ୍ଷଣ ବର୍ଗରେ ବିଧାୟକ ଏବଂ ସାଂସଦ ମାନଙ୍କୁ ଏମିତି ୧୪ଟି ପଏଣ୍ଟ ଉପରେ ଟିପ୍ସ ଓ ଟାସ୍କ ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।
Also Read
ଅଧିକ ପଢ଼ନ୍ତୁ: ବିଜେପି ନେତାଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର: ଅହଂକାର ଛାଡ଼, ଗ୍ରୁପିଜିମ୍ କି ଚାପଲୁସି କରନି
ନଡ୍ଡା ଆହୁରି ମଧ୍ୟ କହିଥିଲେ- ନିଜ ଅଂଚଳର ଦଳିତ ପରିବାର ସହ ସମ୍ପର୍କରେ ରୁହ । ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ । ସରକାର ସହ ସଂଗଠନକୁ ନେଇକି ଚାଲ । ପ୍ରଶିକ୍ଷଣ ଶିବିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ବିଜେପି ସାଂସଦ ଏବଂ ମନ୍ତ୍ରୀ ମାନଙ୍କ କ୍ଲାସ ନେଇଥିଲେ ନଡ୍ଡା । ଯେଉଁଠି ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ପ୍ରଭାରୀ, ସହ ପ୍ରଭାରୀ ଏବଂ ତିନି କେନ୍ଦ୍ରମନ୍ତ୍ରୀ ।
ବିଜେପିର ସମସ୍ତ ବିଧାୟକ ଏବଂ ସାଂସଦ ଏଥିରେ ଯୋଗ ଦେଇଥିଲେ । ନଡ୍ଡାଙ୍କ ପରେ ସୋସିଆଲ ମିଡିଆ ସେସନ୍ ନେଇଥିଲେ ସାଂସଦ ସମ୍ବିତ ପାତ୍ର । ସୋସିଆଲ ମିଡିଆରେ ବିରୋଧୀଙ୍କୁ କେମିତି କାଉଣ୍ଟର କରାଯିବ, ଏହା ସହ ସରକାରଙ୍କ ଲୋକାଭିମୁଖୀ ଯୋଜନାର କେମିତି ପ୍ରଚାର ପ୍ରସାର ହେବ ସେନେଇ ଟିପ୍ସ ଦେଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସେସନ୍ ନେଇଥିଲେ ।