/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721833900.jpg)
Dharmasala Politics
ଯାଜପୁର ଜିଲ୍ଲା ପ୍ରଶାସନ ଓ ବିଜେଡି ନେତାଙ୍କ ବୈଠକକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଜିଲ୍ଲାପାଳ ଏବଂ ଏସପିଙ୍କ ସହ ବିଜେଡିର ନେତାମାନଙ୍କ ବୈଠକର ଉଦ୍ଦେଶ୍ୟ କଣ ବୋଲି ହିମାଂଶୁ ପଚାରିଛନ୍ତି। ହିମାଂଶୁ ଅଭିଯୋଗ କରିଛନ୍ତି, ଜିଲ୍ଲାରେ ହୋଇଥିବା ବିଭିନ୍ନ ସରକାରୀ ପ୍ରକଳ୍ପରେ ବ୍ୟାପକ ଅନିୟମିତତାର ଅଭିଯୋଗ ଆସିଥିଲା।
ତେଣୁ ବିନା ଅଡିଟରେ କୌଣସି କାମର ବିଲ୍ ନ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ କୌଣସି ବିଲକୁ ଅନୁମୋଦନ କରି ନ ଥିଲେ। ଯାହାକୁ ନେଇ ବିଜେଡି ବିଧାୟକ ଓ ନେତାମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିବା ସେ ଅଭିଯୋଗ କରିଛନ୍ତି। ବୈଠକରେ ବିଜେଡି ସହ ସମ୍ପୃକ୍ତ ଠିକାଦାରମାନେ ସାମିଲ ହୋଇଥିବା କହିଛନ୍ତି ବିଧାୟକ।
ଗତ ୧୯ ତାରିଖରେ ଯାଜପୁର ସର୍କିଟ ହାଉସରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଜିଲ୍ଲାର ନବନିର୍ବାଚିତ ବିଧାୟକ ଏବଂ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଏକ ବୈଠକ ବସିଥିଲା। ଏଥିରେ ଯାଜପୁର ବିଧାୟକ ସୁଜାତା ସାହୁ, ବିଝାଂରପୁର ବିଧାୟିକା ପ୍ରମିଳ ମଲ୍ଲିକ, ବରୀ ବିଧାୟକ ବିଶ୍ବ ମଲ୍ଲିକ, ପୁର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତ ରାୟ ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସହ ବ୍ଲକସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ।
ସେପଟେ ପ୍ରମିଳା ମଲ୍ଲିକ କହିଛନ୍ତି, ଜିଲ୍ଲା ପ୍ରଶାସନ ନିରପେକ୍ଷ ଭାବେ କାମ କରିବାକୁ ଏହି ବୈଠକ କରିଥିଲୁ। ସେପଟେ ଏ ନେଇ ନେଇ ଯାଜପୁର ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)