Advertisment

Mahila Commission Controversy: ସରକାର କଲେ ବରଖାସ୍ତ, ହେଲେ ୧୮ ଦିନ ପରେ ବି ଗାଦି ଛା଼ଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା

ପଦବୀରୁ ହଟାଯିବାର ୧୮ ଦିନ ପରେ ଚେୟାର ଛାଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା।

undefined

ବରଖାସ୍ତ ପରେ ବି ଚେୟାର ଛାଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା

Advertisment

ସରକାରୀ ନିଷ୍ପତ୍ତି ବନାମ ମହିଳା କମିଶନ । ପଦବୀରୁ ହଟାଯିବାର ୧୮ ଦିନ ପରେ ଚେୟାର ଛାଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା। କାର୍ଯ୍ୟକାରୀ ହେଉନି ବରଖାସ୍ତ ନିର୍ଦ୍ଦେଶ । ଯାହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ନିଜେ ଅଧ୍ୟକ୍ଷା କହୁଛନ୍ତି ଏନେଇ ତାଙ୍କ ପାଖେ କୌଣସି ସୂଚନା ନାହିଁ ।

Advertisment

ବିବାଦ ତେଜୁଛି, ସରକାରୀ ନିଷ୍ପତ୍ତି ଉପରେ ପ୍ରଶ୍ନଚିହ୍ନ ଲାଗିଛି । ଅକ୍ଟୋବର ୨୩ ତାରିଖ । ମହିଳା କମିଶନ ଅଧ୍ୟକ୍ଷା ଓ ଅନ୍ୟ ସଦସ୍ୟମାନଙ୍କୁ ସରକାର ବରଖାସ୍ତ କରିଥିବା ନେଇ ଗଣମାଧ୍ୟମକୁ ସୂଚନା ଦିଆଗଲା । ଆଉ ଏହାର ୫ ଦିନ ପରେ ଅର୍ଥାତ୍ ଅକ୍ଟୋବର ୨୮ରେ ଖରାପ ପ୍ରଦର୍ଶନ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ମହିଳା ଓ ଶିଶୁ ବିକାଶ ବିଭାଗ । ହେଲେ ପ୍ରଶ୍ନ ଉଠୁଛି ସରକାରଙ୍କ ଏତେ ବଡ଼ ନିଷ୍ପତ୍ତି ପରେ ଆଜି ବି ନିୟମିତ ଅଫିସ୍ ଆସୁଛନ୍ତି, ମହିଳା କମିଶନଙ୍କ ଚେୟାରରେ ବସି ଦାୟିତ୍ବ ତୁଲାଉଛନ୍ତି । ବଡ଼ ବିଚିତ୍ର ସ୍ଥିତି । ହେଲେ ଏନେଇ ମୀନତିଙ୍କ ପ୍ରତିକ୍ରିୟା ହେଲା ବରଖାସ୍ତ ନେଇ ମୁଁ କିଛି କହିପାରିବିନି, ସରକାର ଯାହା ଦାୟିତ୍ବ ଦେଇଛନ୍ତି ତାକୁ ପାଳନ କରୁଛି । ଏପଟେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କହିବା କଥା, ମୁଁ ବିଦେଶ ଗସ୍ତରେ ଥିଲି, ଆଜି ଆସିଲି । ଏନେଇ ସମୀକ୍ଷା କରିବା ପରେ କହିବି ।

ଅପରପକ୍ଷେ ମହିଳା କମିଶନ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସରକାରଙ୍କ କଡ଼ା ଆଭିମୁଖ୍ୟକୁ ନେଇ ବର୍ଷିଛି ବିଜୁ ଜନତା ଦଳ । ଦଳ କହିଛି ଏହା ଏକ ରାଜ୍ୟ ମହିଳା କମିଶନ ଏକ ସାମ୍ବିଧାନିକ ପଦବୀ । ସରକାର ବଦଳିଲେ ବି ଏହା ଅପରିବର୍ତ୍ତିତ ରହେ । ତିନି ବର୍ଷ କାର୍ଯ୍ୟକାଳ ସରିବା ପରେ ପୁଣି ଥରେ ନୂତନ ଅଧ୍ୟକ୍ଷା ନିଯୁକ୍ତ ହୁଅନ୍ତି । ବିଜେପି କିନ୍ତୁ ନିଜ ନେତ୍ରୀଙ୍କୁ ଏହି ପଦରେ ବସାଇବା ପାଇଁ ସମସ୍ତ ଆଇନ୍ ମୋଡି ମକଚି ଦେଉଛି । ପ୍ରଥମେ ବରଖାସ୍ତ କରି ତା ପରେ କିପରି କାରଣ ଦର୍ଶାଅ ନୋଟିସ ଜାରି ହେଉଛି ବୋଲି ପ୍ରଶ୍ନ କରିଛି ଦଳ । ସେପଟେ ବିଜେପି କହିଛି ଯେ, ମହିଳାମାନଙ୍କ ପ୍ରତି ଦୁଷ୍କର୍ମ, ହିଂସା ସବୁଦିନ ବଢ଼ି ବଢ଼ି ଯାଇଛି । ଅପରାଧମାନଙ୍କୁ ସଜ୍ଜା ଦେବାକୁ ଯେଉଁ ଦଣ୍ଡବିଧାନ ରହିଛି ।  ଯାହା ମହିଳା କମିଶନଙ୍କ ହାତରେ ରହିଛି ସେହି କର୍ତ୍ତବ୍ୟକୁ ଠିକ୍‌ ଭାବେ ସେ ପାଳନ କରିନାହାନ୍ତି । ନୈତିକତା ଦୃଷ୍ଟିରୁ ସେ ପଦ ଛାଡିଦେବା କଥା ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Advertisment

୨୦୨୨ ଅକ୍ଟୋବରରେ ତତ୍କାଳୀନ ନବୀନ ସରକାର ମୀନତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ କରିଥିଲେ । ତିନି ବର୍ଷରୁ ଆହୁରି ବର୍ଷେ ଅଛି କାର୍ଯ୍ୟକାଳ । ତେବେ ତା ପୂର୍ବରୁ ବିଜେପି ସରକାର ତାଙ୍କୁ ବରଖାସ୍ତ କରିବାର ୧୮ ଦିନ ବିତିବା ପରେ ବି କାହିଁକି ପଦବୀ ଛାଡୁନାହାଁନ୍ତି ମୀନତି ? ଯଦି ଆଇନଗତ କଟକଣା ରହିଛି ତେବେ ସରକାର କାହିଁକି ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଲେ ? ଆଇନଜୀବୀଙ୍କ ମତ ହେଲା ଏହା ସରକାରଙ୍କ ଇଚ୍ଛାଧୀନ ବ୍ୟାପାର । ସରକାର ଚାହିଁଲେ ଜଣଙ୍କୁ କାର୍ଯ୍ୟକାଳ ସରିବା ପୂର୍ବରୁ ହଟାଇ ପାରିବେ ।

BJD BJP Mahila Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ