Advertisment

​​​​​​​ଗାଁ ଖାଲି ଖାଲି, ଦୂଆରେ ଦୂଆରେ ତାଲା ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାନା ପାଇଁ ଧାଇଛନ୍ତି ଦାଦନ..

ବେରୋଜଗାରୀକୁ ନେଇ ଯୁବପିଢ଼ିଙ୍କ ଭିତରେ ଅସନ୍ତୋଷ । ବିଜେଡି ଗଡ଼ରେ ସରକାରଙ୍କୁ ଘେରିଲେ ବିଜୟ ।

ଅଦ୍ୟତନ ହୋଇଛି
undefined

Bonded Labor

Advertisment

ଗାଁ ଖାଲି ଖାଲି.. ଦୂଆରେ ଦୂଆରେ ତାଲା..। ଯାହାଙ୍କ ଘର ଖୋଲା, ବୁଢ଼ାବୁଢ଼ୀ, ଛୁଆ ପିଲାଙ୍କୁ ଛାଡ଼ି ଦେଲେ, ସେ ଘରୁ ଦାଦନରେ ମୁଖିଆ ନହେଲେ ଭେଣ୍ଡିଆ । ଠିକଣା-ସୁରତ, ଚେନ୍ନାଇ ନହେଲେ ବାଙ୍ଗାଲୋର । ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଡି. ନୂଆପାଲି ଗାଁରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତି ଆଜିର ନୁହେଁ ବର୍ଷ ବର୍ଷର ।

Advertisment

ଖାଲି ଡି. ନୂଆପାଲି ନୁହେଁ। ବୁଗୁଡ଼ା ବ୍ଲକର ଗୌଡ଼ିଆବୋରଦା ଗାଁରେ ବି ସମାନ ସ୍ଥିତି । ଅଢ଼େଇ ମାସ ତଳେ ମାସକ ଅନ୍ତରରେ ଦାନା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ତିନି ତିନିଜଣଙ୍କୁ ହରାଇଛି ଏଇ ଗାଁ। ବବ୍ରୁବାହନ, ବିଷ୍ଣୁ ବିଷୋୀୟ, ଲକ୍ଷ୍ମଣ ଜେନା । ବଡ଼କଥା ହେଉଛି ଏ ତିନି ଜଣଙ୍କ ଭିତରୁ କାହାରି ଶବ ବି ହତଭାଗ୍ୟ ପରିବାର ପାଖକୁ ଆସି ପାରିନି। ସରକାରୀ ତଥ୍ୟ କହୁଛି ୨୦୨୧ରୁ ଜାନୁଆରୀ ୨୪ ତାରିଖ ସୁଦ୍ଧା ବାହାର ରାଜ୍ୟରେ ଯାଇଛି ୧୦ ଜଣ ଶ୍ରମିକଙ୍କ ଜୀବନ। ଅନେକ ଆଜି ବି ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ଦୁଃଖ କଷ୍ଟରେ ସଢ଼ୁଛନ୍ତି ।

ହେଲେ ଏଠି ପ୍ରଶ୍ନ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲାରେ କାହିଁକି ଏମିତି ଚିତ୍ର ? ଯୁବପୀଢ଼ୀଙ୍କ ଅଭିଯୋଗ ପାଠ ପଢ଼ି ବି ଭିଟାମାଟିରେ ରୋଜଗାରର ସୁଯୋଗ ନାହିଁ। ତେଣୁ ଦାଦନକୁ ଯିବା ବ୍ୟତିତ ଅନ୍ୟ ଗତି ନାହିଁ ।

Advertisment

ଏପଟେ ରାଜ୍ୟର ଅନ୍ୟ ଜିଲ୍ଲା କଥା ଛାଡ଼ନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବେରୋଜଗାରୀ ଓ ଦାଦନ ପ୍ରସଙ୍ଗକୁ ନେଇ ଆଜି ବର୍ଷିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ଗଞ୍ଜାମ ଗସ୍ତରେ ଯାଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳିର କୁକୁଡ଼ାଖଣ୍ଡିରେ ପ୍ରେସମିଟ୍ କରି ଅଭିଯୋଗ କରି କହିଛନ୍ତି ଗଞ୍ଜାମରେ ସବୁଠୁ ଅଧିକ ଦାଦନ ରହିଛନ୍ତି ହେଲେ ସରକାରଙ୍କ ପାଖରେ ଏନେଇ ତଥ୍ୟ ନାହିଁ କେମିତି ? ଗଞ୍ଜାମରେ ଥିବା ଅନେକ କଳକାରଖାନା ଭୁଶୁଡ଼ି ଗଲାଣି, ହେଲେ ଏତେ ବର୍ଷ ଶାସନରେ ଏଠି ଶିଳ୍ପକୁ କାହିଁକି ଗୁରୁତ୍ୱ ଦେଲେନି ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ତେବେ ଦାଦନ ପ୍ରସଙ୍ଗକୁ ନେଇ ବିଜୟଙ୍କ ଅଭିଯୋଗ ଉପରେ କିନ୍ତୁ ଅଜବ ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ ।

(ଖଲିକୋଟରୁ ସିଲୁ ବିଶ୍ୱାଳ, ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି)

Advertisment
Congress BJD Migrant Crisis Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ