/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698904874.jpg)
Pratap jena
ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ମାମଲାରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଘଟଣାରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍ ଲଗାଇଛନ୍ତି । ଏନେଇ ସାଲେପୁର JMFC କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ । ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୂଚନା ଦିଆଯାଇଛି ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ଗତ ୩୧ ତାରିଖ ହାଇକୋର୍ଟ ଯାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପ୍ରତାପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସାଲେପୁର JMFCଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରତାପ ଜେନା ।
କଗନିଜେନ୍ସ ଗ୍ରହଣ କରିଥିଲେ ସାଲେପୁର JMFC କୋର୍ଟ । ହତ୍ୟା (୩୦୨) ଅପରାଧିକ ଷଡ଼ଯନ୍ତ୍ର (୧୨୦ ବି) ଏବଂ ଧମକ (୫୦୬) ଆଦି ଦଫାରେ ଆପାତତଃ ବିଚାରଯୋଗ୍ୟ ତଥ୍ୟ ରହିଥିବା କୋର୍ଟ କହିଥିଲେ । ଏହାସହ ହାଜର ପାଇଁ ସମନ୍ ଜାରି କରିଥିଲେ । ସାଲେପୁର JMFCଙ୍କ ଏହି ରାୟକୁ ବେଆଇନ ଦର୍ଶାଇ ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରତାପ ଜେନା ।
ବର୍ତ୍ତମାନ ସେହି ମାମଲାରେ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି ମିଳିଛି । ମାମଲାରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍ ଲଗାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)