• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ ୩ ଲକ୍ଷ ୪୦ ହଜାର CAPF ଯବାନ । ପ୍ରଥମ ପର୍ଯ୍ୟାୟ ଫୋର୍ସ ମୁତୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ସ୍ଥାନରେ ୨ ହଜାର କମ୍ପାନୀ ବା ୨ ଲକ୍ଷ ଯବାନ ମୁତୟନ ହେବେ । ସେହିପରି ଅନ୍ୟ ଦେଢ଼ ଲକ୍ଷ ଯବାନ ପରବର୍ତ୍ତୀ ସମୟରେ ମୁତୟନ କରାଯିବ।  ନକ୍ସଲ ହିଂସା ପ୍ରଭାବିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଏବଂ ଜାମ୍ମୁ ଓ କାଶ୍ମୀରରେ ଏହି ସପ୍ତାହ ଶେଷ ସୁଦ୍ଧା ଫୋର୍ସ ମୁତୟନ ହେବେ ।

ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଅଛନ୍ତି ୧୭ ଲକ୍ଷ ଫେକ୍‌ ଭୋଟର୍‌, CEOଙ୍କ ନିକଟରେ ତାଲିକା ଦାଖଲ କଲା ବିଜେପି

ସେହିପରି ଆସନ୍ତା ୭ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଫୋର୍ସ ମୁତୟନ କରାଯିବ । ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ୩ ଲକ୍ଷ ୪୦ ହଜାର ଫୋର୍ସ ମୁତୟନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ସଂପୃକ୍ତ ସ୍ଥାନ ବାବଦରେ ତଥ୍ୟ ହାସଲ ସହ ଆଗୁଆ ପ୍ରସ୍ତୁତ ହେବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।