Advertisment

ପୁରୀ ବାସିନ୍ଦାଙ୍କ ପାଇଁ ଆଉ କଣ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାର ?

ସମସ୍ତଙ୍କ ପାଇଁ ଗୋଟିଏ ପ୍ରବେଶ ପଥ ନିୟମ ହୋଇଥିବାରୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିପାରୁ ନାହାନ୍ତି ପୁରୀ ବାସିନ୍ଦା। ବିଶେଷକରି ଆଗରୁ ଅନ୍ୟ ତିନି ଦ୍ବାର ଦେଇ ପ୍ରତ୍ୟହ କାଳିଆ ଦର୍ଶନ କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପ୍ରଶାସନର ଏ ନିୟମ ଲକ୍ଷ୍ମଣରେଖା ସଦୃଶ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Puri Srimandir News

Locals await re-opening of all doors of Srimandir in Puri

ଆଉ କଣ ଖୋଲିବନି ଶ୍ରୀମନ୍ଦିର ଚାରି ଦ୍ୱାର ? ସହଜରେ ମହାପ୍ରଭୁଙ୍କ ପ୍ରତ୍ୟହ ଦର୍ଶନ କରିପାରିବେନି ପୁରୀବାସୀ। କରୋନା କାଳରୁ ଶ୍ରୀମନ୍ଦିରର ୩ ଦ୍ୱାର ବନ୍ଦ କରାଯାଇ କେବଳ ସିଂହଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା ପରେ ଆଜିକୁ ୨ ବର୍ଷ ଧରି ଶ୍ରୀଜଉଙ୍କ ନିତିଦିନିଆ ଦର୍ଶନ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପୁରୀର ହଜାର ହଜାର ସଂଖ୍ୟାରେ ବୟୋବୃଦ୍ଧ ଶ୍ରଦ୍ଧାଳୁ। ଦୀର୍ଘ ଦିନ ଧରି ସେମାନଙ୍କର ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ଶୁଣୁନଥିବାରୁ ସେମାନେ ଆଉ କେବେ କାଳିଆର ମୁହଁ ଦେଖିପାରିବେ କି ନାହିଁ, ତାକୁ ନେଇ ସନ୍ଦେହରେ ଅଛନ୍ତି। ସେପଟେ ଏ ଦାବି ସମ୍ପର୍କରେ ବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ।

Advertisment

ପୁରୀ ବାସିନ୍ଦାଙ୍କ ପାଇଁ ଆଉ କଣ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାର ? ଆଗ ଭଳି ଆଉ କଣ ସମ୍ଭବ ହେବନି ମହାପ୍ରଭୁଙ୍କ ପ୍ରତ୍ୟହ ଦର୍ଶନ ? କରୋନା ପରଠୁ ଶ୍ରୀମନ୍ଦିରର ୩ ଦ୍ୱାର ବନ୍ଦ କରାଯାଇ କେବଳ ସିଂହଦ୍ୱାର ବାଟେ ପ୍ରବେଶ ନିୟମ ପରଠୁ, କେବଳ ଇଏ ନୁହଁନ୍ତି, ୟାଙ୍କ ଭଳି ହଜାର ହଜାର ସଂଖ୍ୟାରେ ପୁରୀ ବାସିନ୍ଦାଙ୍କ ମନରେ ସେଇ ସମାନ ପ୍ରଶ୍ନ, ସେଇ ସମାନ ସନ୍ଦେହ। ଶ୍ରୀମନ୍ଦିର ପ୍ରଶାସନ କଣ ଆମ ଅସୁବିଧାକୁ ପ୍ରତି ନଜର ଦେବନି ? ଆଜିକୁ ପ୍ରାୟ ଦୁଇ ବର୍ଷ ହେବ ଶ୍ରୀମନ୍ଦିରର ଅନ୍ୟ ୩ ଦ୍ବାର ପ୍ରବେଶ ପଥରେ କଟକଣା ଲଗାଇ କେବଳ ସିଂହଦ୍ୱାର ବାଟେ ହିଁ ଭକ୍ତଙ୍କ ଯିବାକୁ ବ୍ୟବସ୍ଥା ହୋଇଛି।

ଅଧିକ ପଢ଼ନ୍ତୁ: କେବେ ଶୃଙ୍ଖଳିତ ହେବ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ?

ଫଳରେ ପୁରୀକୁ ଦୈନିକ ହଜାର ହଜାର ସଂଖ୍ୟା ଭକ୍ତ ଆସୁଥିବା ବେଳେ ଏପଟେ ଏକମାତ୍ର ପ୍ରବେଶ ପଥ ପାଇଁ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଶ୍ରଦ୍ଧାଳୁ। କେବଳ ପର୍ବପର୍ବାଣି ନୁହେଁ, ସାଧାରଣ ଦିନରେ ବି ଲାଗି ରହୁଛି ଭିଡ଼। ଏଣେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରବେଶ ପଥ ନିୟମ ହୋଇଥିବାରୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିପାରୁ ନାହାନ୍ତି ପୁରୀ ବାସିନ୍ଦା। ବିଶେଷକରି ଆଗରୁ ଅନ୍ୟ ତିନି ଦ୍ବାର ଦେଇ ପ୍ରତ୍ୟହ କାଳିଆ ଦର୍ଶନ କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପ୍ରଶାସନର ଏ ନିୟମ ଲକ୍ଷ୍ମଣରେଖା ସଦୃଶ ହୋଇଛି। ଯାହା ପାଇଁ ସେମାନଙ୍କ ମନରେ ଅସରନ୍ତି ଦୁଃଖ ଆଉ କ୍ଷୋଭ।

Advertisment

ଶ୍ରୀମନ୍ଦିରର ପ୍ରଶାସନର ଏ ଏକ ଦ୍ବାର ପ୍ରବେଶ ନିୟମ ପରଠୁ ଏହା ବିରୋଧରେ ଦୀର୍ଘ ଦିନ ଧରି ସ୍ବର ଉତ୍ତୋଳନ କରି ଆସୁଛନ୍ତି ପୁରୀର ୭ ସାହି ଓ ୪୨ କନ୍ଦିର ବାସିନ୍ଦା। ବିଶେଷକରି ପୁରୀ ସହରର ପୁରୁଣା ପରମ୍ପରା ଅନୁଯାୟୀ ବୟସ୍କ ଭକ୍ତମାନେ ପ୍ରତ୍ୟହ ସକାଳ କିମ୍ବା ବିଳମ୍ବିତ ରାତି ଦର୍ଶନରୁ ବଞ୍ଚିତ ହେଉଥିବାରୁ, ଅନ୍ତତଃପକ୍ଷେ ଆଧାରକାର୍ଡ ଦେଖି ସେମାନଙ୍କୁ ଅନ୍ୟ ଦ୍ବାରରେ ପ୍ରବେଶ ଅନୁମତି ଦେବାକୁ ଦାବି କରି ଆସୁଛନ୍ତି।

ଯେଉଁ ଦାବିକୁ ଗତ ୩ ଦିନ ତଳେ ଅନୁଷ୍ଠିତ ଦ୍ବିତୀୟ ରଥ ସମନ୍ବୟ ବୈଠକରେ ମଧ୍ୟ ଜୋରଦାର ଉଠାଇଥିଲେ ସେବାୟତ ଓ ପରିଚାଳନା କମିଟି ସଦସ୍ୟ। ସେହିଭଳି ପୁରୀ ବିଧାୟକ ମଧ୍ୟ ଏ ଦାବିକୁ ଗୁରୁତ୍ବର ସହ ନେଇ ଆଗକୁ ପ୍ରଶାସନ କିଛି ବ୍ୟବସ୍ଥା ନକଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ସେପଟେ ପୁରୀ ସହରବାସିନ୍ଦାଙ୍କ ଏ ଦାବି ସମ୍ପର୍କରେ ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Puri Jagannath Temple Puri Srimandir
Advertisment
Advertisment