Advertisment

ବିଜେଡି ନେତାଙ୍କ ବଡ଼ ବୟାନ, ସମାଲୋଚନା କରୁଥିବା ନେତା ଦଳରେ ନରହିବା ଉଚିତ୍...

ଆଗାମୀ ଦିନରେ ଦଳକୁ ସୁଦୃଢ କରିବାକୁ ପଦକ୍ଷେପ ନେବା କଥା । ହାରିଯିବା ପରେ ଦୁର୍ବଳ ମନୋଭାବ କି ଅସନ୍ତୋଷ ଦେଖାଇବା ଠିକ୍ ନୁହଁ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Pradeep Dishari BJD

Pradeep Dishari BJD

ଯାହାକୁ ଦଳ ଭଲ ଲାଗୁନି ସିଏ ଦଳରେ ନରୁହନ୍ତୁ । ଦଳ ବିରୋଧୀ ବୟାନ ଦେବା ଅପେକ୍ଷା ଦଳରେ ନରହିବା ଉଚିତ । ଏକଥା ଆମେ କହୁନାହୁଁ.. ଏଭଳି କିଛି କଥା କହିଛନ୍ତି ଖୋଦ୍‌ ବିଜେଡି ନେତା ତଥା ବିଧାୟକ ପ୍ରଦୀପ ଦିଶାରୀ । ସେ ସିଧାସଳଖ କହିଛନ୍ତି, ଚଳିତ ନିର୍ବାଚନରେ ପରାଜୟ ପରେ ଦଳକୁ ସମାଲୋଚନା କରୁଥିବା ନେତା ଦଳରେ ନରହିବା ଉଚିତ୍।

Advertisment

ଲଗାତାର ପରାଜିତ ନେତାଙ୍କ ଦଳ ବିରୋଧୀ ବୟାନକୁ ନେଇ ତେଜିଲା ବିଜେଡି ରାଜନୀତି। ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, କିଏ କଣ ବୟାନ ବାଜି ଦେଉଥିବ । ସମସ୍ତଙ୍କୁ ଅଗ୍ରାଧିକାର ଦିଆଯାଉଛି। ହାରି ଯିବା ପରେ ନେତା ଅସନ୍ତୋଷ ଜାହିର କରିବା ଦୁଃଖଦାୟକ। ଆମେ କଣ ପାଇଁ ହାରିଲେ ତାର ସମୀକ୍ଷା କରିବା ଦରକାର। ଆଗାମୀ ଦିନରେ ଦଳକୁ ସୁଦୃଢ କରିବାକୁ ପଦକ୍ଷେପ ନେବା କଥା। କିନ୍ତୁ ହାରିଯିବା ପରେ ନେତାମାନେ ଦୁର୍ବଳ ମନୋଭାବ କି ଅସନ୍ତୋଷ ଦେଖାଇବା ଠିକ୍ ନୁହଁ। ଦଳକୁ ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ ଦଳରେ ନରହିବା ଉଚିତ ବୋଲି କହିଛନ୍ତି ପ୍ରଦୀପ ଦିଶାରୀ। 

ତେବେ ବୁଧବାର ପ୍ରଦୀପ ମାଝୀ, ଗୁରୁବାର ଅବିନାଶ ସାମଲଙ୍କ ପରେ ମହୀଧର ରଣା। ଶଙ୍ଖ ଭବନରେ ଜିଲ୍ଲା ସମୀକ୍ଷା ବେଳେ ବିଜେଡି ପରାଜୟର ପୋଲ୍ ଖୋଲିଥିଲେ ନେତା। ବୌଦ୍ଧ ଜିଲ୍ଲା ସଭାପତି ମହୀଧର ରଣା ଶୁକ୍ରବାର ସୁପ୍ରିମୋଙ୍କୁ କହିଥିଲେ ହାରିବାର କାରଣ।

Advertisment

ପରୋକ୍ଷରେ ନିର୍ବାଚନ ପରିଚାଳନା କରୁଥିବା ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ଇଙ୍ଗିତ କରି ମହୀଧର କହିଥିଲେ, ନିର୍ବାଚନ ପରିଚାଳନାରେ ତ୍ରୁଟି ରହିଥିଲା। ଆଉ ସବୁଠୁ ବଡ ଭୁଲ ହେଲା ପଞ୍ଚାୟତ ଓ ବ୍ଲକ ସଭାପତି ମାନଙ୍କୁ ସାଙ୍ଗଠନିକ ଦାୟିତ୍ୱ ନଦେବା କି ନିର୍ବାଚନରେ ଗୁରୁତ୍ୱ ନଦେବା। ଏହା ସହ ବିଜେଡି ନିର୍ବାଚନ ଇସ୍ତାହାର ବି ପରାଜୟର ଆଉ ଏକ କାରଣ ବୋଲି ଯୁକ୍ତି ବାଢିବା ସହ ନିର୍ବାଚନ ବେଳର ବହୁ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଦଳୀୟ କନ୍ଦଳ ବଢିଲା, ଯାହା ପରାଜୟର କାରଣ ସାଜିଲା ବୋଲି କହିଥିଲେ ମହୀଧର।

ଏହା ପୂର୍ବରୁ ପ୍ରଦୀପ ମାଝୀ, ବଦ୍ରୀ ପାତ୍ର, ଅଶ୍ୱିନୀ ପାତ୍ର ଏବଂ ଅବିନାଶ ସମାଲ ମଧ୍ୟ ପରାଜୟର କାରଣ କହି ଦଳର ଭୁଲ ନିଷ୍ପତ୍ତି ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନାକୁ ଦାୟୀ କରିଥିଲେ।

BJD BJP Congress Odisha Politics
Advertisment
Advertisment