/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676534955.jpg)
Sikta Pati joins Congress
କଂଗ୍ରେସରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ବିଧିବଦ୍ଧ ଭାବେ ସିକ୍ତା କଂଗ୍ରେସ ରେ ସାମିଲ ହୋଇଛନ୍ତି । ଦଳରେ ଯୋଗଦେବା ପରେ ସିକ୍ତା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।
Advertisment
ସେ, କହିଛନ୍ତି ମୋତେ ଗୋଟିଏ ଜାତୀୟ ଦଳରେ ଅଂଶ ହେବାପାଇଁ ସୁଯୋଗ ମିଳିଛି । ରାହୁଲ ଗାନ୍ଧୀ ଙ୍କ ଭାରତ ଯୋଡୋ ଯାତ୍ରା ରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସରେ ଯୋଗଦେଇଛି । ଆମେ ସମସ୍ତଙ୍କୁ ନେଇକି ଆଗକୁ ବଢ଼ିବୁ ବୋଲି କହିଛନ୍ତି ସିକ୍ତା।
ସେ ତାଙ୍କ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ଆଗକୁ ଦଳ ଯାହା ଦାୟିତ୍ୱ ଦେବ ତାକୁ ମୁଁ ତୁଲାଇବାକୁ ଚେଷ୍ଟା କରିବି । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଥିଲେ ସିକ୍ତା ।
Advertisment
ସିକ୍ତା କଂଗ୍ରେସରେ ଯୋଗଦେବା ସମୟରେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)