ଆଜି ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ପୂର୍ବରୁ ଗତକାଲି ଦିବଙ୍ଗତ ନେତା ନବ ଦାସଙ୍କ ପୁଅ ବିଶାଲ ଓ ଝିଅ ଦୀପାଳି ଦାସ ପ୍ରସ୍ତୁତିର ତଦାରଖ କରିଥିଲେ।
ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ା ବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା: ପ୍ରଦୀପ ପୁରୋହିତ
ଶ୍ରଦ୍ଧାଞ୍ଜଳି ସଭାରେ ଷ୍ଟେଜ ଉପରେ ଭାଷଣ ଦେବାବେଳେ ବାପାଙ୍କୁ ମନେ ପକାଇ ନବଙ୍କ ଝିଅ ଦୀପାଳି କାନ୍ଦିଥିଲେ। କାନ୍ଦି କାନ୍ଦି ସେ କହିଥିଲେ, ‘ମୁଁ କେବେ ଭାବି ନଥିଲି ମୋ ବାପାଙ୍କ ନାଁ ପୂର୍ବରୁ ସ୍ୱର୍ଗତଃ ଲଗାଇବାକୁ ପଡ଼ିବ। ହେଲେ ଆଜି ଲଗାଇବାକୁ ପଡ଼ୁଛି। ଯେତେବେଳେ ବି ମୁଁ ଷ୍ଟେଜ୍କୁ ଆସୁଥିଲି କିଛି କହିବା ପାଇଁ, ପଛରେ ବାପା ବସି ମୋ ଭାଷଣ ଶୁଣୁଥିଲେ ଆଉ କହୁଥିଲେ, ଦୀପାଳି ତୁ ଭଲ କହୁଛୁ। ହେଲେ ଆଜି ସେ ମୋ ପାଖରେ ନାହାନ୍ତି। କିନ୍ତୁ ମୁଁ ଜାଣିଛି ଆଜିବି ସେ ମୋ ପଛ ଆଡ଼େ ଛିଡ଼ା ହୋଇଛନ୍ତି। ଆଜି ବି ମୁଁ ଯାହା କହିବି ସବୁ ସେ ଶୁଣୁଛନ୍ତି। ଆଉ ସବୁବେଳେ ବାପା ମୋ ସହ ଅଛନ୍ତି।’
#କାନ୍ଦିକାନ୍ଦି_କହିଲେ_ଦୀପାଳି
— ଓଟିଭି (@otvkhabar) February 9, 2023
ମୋ ବାପା ମରିଯାଇଛନ୍ତି କିନ୍ତୁ ମୋତେ ଗୋଟିଏ ବଡ ପରିବାର ଦେଇ ଯାଇଛନ୍ତି । ସେ ଆଜି ନାହାନ୍ତି କିନ୍ତୁ ମୁଁ ଜାଣିଛି ସେ ମୋ ପଛରେ ଛିଡା ହୋଇଛନ୍ତି । କାନ୍ଦିକାନ୍ଦି ଏମିତି କହିଛନ୍ତି ନବ ଦାସଙ୍କ ଝିଅ ଦୀପାଳି । #Shradhanjali #DeepaliDas #Jharsuguda pic.twitter.com/EP9IdNYrWF
ନବଙ୍କ ଝିଅ ଆହୁରି କହିଛନ୍ତି ଯେ, ‘ଯେତେବେଳେ ମୁଁ ବାପାଙ୍କୁ ହରାଇଲି, ମୋତେ ଲାଗିଲା ମୁଁ ଅନାଥ ହୋଇଗଲି। ମୋ ବାପା ମରିଯାଇଛନ୍ତି କିନ୍ତୁ ମୋତେ ଗୋଟିଏ ବଡ ପରିବାର ଦେଇ ଯାଇଛନ୍ତି।’