/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694240154.jpg)
Odisha govt admits to MP Aparajita Sarangi's allegations of land grabbing in Chandaka
ସତ ମାନିଲା ପ୍ରଶାସନ। ଶେଷରେ ସାଂସଦଙ୍କ ଅଭିଯୋଗକୁ ସ୍ୱୀକାର କଲେ ସରକାରୀ ଅଧିକାରୀ। ଜବରଦଖଲ ହଟାଇ ଯଥା ଶୀଘ୍ର ଡେରାସ କ୍ଷୁଦ୍ର ଜଳସେଚନ କେନାଲର ପୁନରୁଦ୍ଧାର ପାଇଁ ତହସିଲଦାର ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଜବରଦଖଲ ହୋଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ ଆଣିଥିଲେ। ଏହାର ଦିନକ ପରେ ପ୍ରଶାସନ ଏହାକୁ ସ୍ୱୀକାର କରିଥିଲା।
ଅପରାଜିତା ଏନେଇ ଅଭିଯୋଗ ଆଣିବା ସହ ନିଜେ କୋଦାଳ ଧରି ମାଟି ଖୋଳି ଘଟଣାର ପ୍ରମାଣ ଦେଇଥିଲେ। ପରେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାଂସଦ ଚିଠି ଲେଖିଥିଲେ। ଚନ୍ଦକା ଅଞ୍ଚଳରେ ବେଆଇନ୍ ଜମି ଜବରଦଖଲ ଅଭିଯୋଗ ଆଣିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।
Land encroachment matter and blockage of Deras MIP Canal in Chandaka area by influential Kruthika Prabhakaran:
Have written to Hon'ble @CMO_Odisha today with two requests
-Ensure flow of water in the Canal to the land of farmers
-Demarcate the land & remove all encroachments. pic.twitter.com/McQzEQnA3V— Aparajita Sarangi, Member of Parliament (@AprajitaSarangi) September 8, 2023
ପ୍ରଭାବଶାଳୀ ମହିଳା କୃତିକା ପ୍ରଭାକରନଙ୍କ ବିରୋଧରେ ଅଭିଯୋଗ କରିବା ସହ ତ୍ରିବେଣୀ ଗ୍ରୁପ୍ ଅଫ୍ କମ୍ପାନୀଜ ଜରିଆରେ ଜମି ହଡ଼ପ ହୋଇଥିବା ସାଂସଦ ଆରୋପ ଲଗାଇଥିଲେ। ଚାଷ ଜମିକୁ କେନାଲ ପାଣି କିପରି ମାଡ଼ିବ ତା’ଉପରେ ବ୍ୟବସ୍ଥା କରିବାକୁ ଅପରାଜିତା ଚିଠି ଲେଖି ନିବେଦନ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)