Advertisment

ବିଜେଡିରେ ଯୋଗଦେବା ପରେ ପାଣ୍ଡିଆନ କହିଲେ- ‘ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ କାର୍ଯ୍ୟ କରିବି’

ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ, ବିଧାୟକଙ୍କ ସହ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ହୋଇଥିଲା । ବୈଠକ ପରେ ପାଣ୍ଡିଆନ୍ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ।

author-image
Rajalaxmi Sahoo
Know Ex IAS officer VK Pandian reaction after joins BJD

Know Ex IAS officer VK Pandian reaction after joins BJD

ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଆଜି ଭି.କେ. ପାଣ୍ଡିଆନ୍ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ସେ ସାମିଲ ହୋଇଛନ୍ତି ।ଏଥିସହ ସିଧାସଳଖ ସେ ରାଜନୀତିରେ ଯୋଗ ଦେଇଛନ୍ତି । 

Advertisment

ବିଜେଡିରେ ଯୋଗଦେବା ପରେ ଭିକେ ପାଣ୍ଡିଆନ ପ୍ରତିକ୍ରିୟା ରଖି କହିଛନ୍ତି, ‘ମହାପ୍ରଭୁଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ କାର୍ଯ୍ୟ କରିବି । ଆପଣମାନଙ୍କ ସହଯୋଗରେ ଓଡ଼ିଶାବାସୀଙ୍କ କାମ କରିବି । ନିଷ୍ଠା, ନମ୍ରତା, ନିସ୍ୱାର୍ଥପର ଭାବେ କାମ କରିବି ।’

ଭି.କେ. ପାଣ୍ଡିଆନ୍ ବିଜେଡିରେ ଯୋଗଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ୱାଗତ କରୁଛି । ଏହାସହ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।’

Advertisment

ସୂଚନାଥାଉ କି, ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ, ବିଧାୟକଙ୍କ ସହ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ହୋଇଥିଲା । ବୈଠକ ପରେ ପାଣ୍ଡିଆନ୍ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିବା ନେଇ ବିଜେଡି ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି । 

VK Pandian
Advertisment
Advertisment