• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୀର୍ଘଦିନର ଚର୍ଚ୍ଚା ପରେ ଶେଷରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭି.କେ. ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ସେ ସାମିଲ ହୋଇଛନ୍ତି । ଏଥିସହ ସେ ସିଧାସଳଖ ସେ ରାଜନୀତିରେ ଯୋଗ ଦେଇଛନ୍ତି। ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ, ବିଧାୟକଙ୍କ ସହ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ହୋଇଥିଲା । ବୈଠକ ପରେ ପାଣ୍ଡିଆନ୍ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିବା ନେଇ ବିଜେଡି ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପାଣ୍ଡିଆନଙ୍କ ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା ରହିଛି। ଏହା ବିଜେଡି ପାଇଁ ଲାଭପ୍ରଦ ହେବ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ପାଣ୍ଡିଆନ୍ ୧୩/୧୪ ବର୍ଷ ଧରି କାମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଯେପରି କାର୍ଯ୍ୟ କରିଛନ୍ତି, ତାହା ଦଳରେ କରିବେ। ତାଙ୍କର ପ୍ରଶାସନିକ କ୍ଷେତ୍ରରେ ବହୁତ ଅଭିଜ୍ଞତା ରହିଛି। ପ୍ରଶାସନିକ ଅଭିଜ୍ଞତାକୁ ସେ ଦଳ ପାଇଁ କାର୍ଯ୍ୟରେ ଲଗାଇବେ ବୋଲି ପିନାକୀ ମିଶ୍ର କହିଛନ୍ତି ।

ପ୍ରଥମେ ଆଇଏଏସ୍ ଚାକିରିରୁ VRS, ତା ପରେ ନୂଆ ଦାୟିତ୍ୱ, ଆଉ ଏବେ ଦଳରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି । ଆଗକୁ ନବୀନ-ପାଣ୍ଡିଆନ କେଉଁ ଗୋଟି ଚାଳନା କରିବେ ତାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି ।

୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି.କେ.ପାଣ୍ଡିଆନ୍ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଧର୍ମଗଡ଼ ଉପଜିଲ୍ଲାପାଳ ଥିଲେ । ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ହୋଇଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ ହେବା ପରେ ୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିଲେ । ଏହାପରେ ଗତ ୧୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ପାଣ୍ଡିଆନ୍ । ଆଉ ୨୦୧୯ରେ ବନିଥିଲେ ଫାଇଭ-ଟି ସଚିବ ।