• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବିଜେଡିରେ ମିଶଲେ ଅଧିରାଜ । ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ହେଲେ ସାମିଲ । କାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଅଧିରାଜ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ ଇସ୍ତଫାପତ୍ର ।

ତେବେ ଅଧିରାଜଙ୍କ ଇସ୍ତଫା ପରେ ସେ କେଉଁ ଦଳର ହାତ ଧରିବେ ? ଆଗାମୀ ଦିନରେ କଣ କରିବେ ? ସେ ନେଇ ନାନା ପ୍ରଶ୍ନ ଉଠିଥିଲା । ଯାହାର ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ଅଧିରାଜ । ଆଜି ବିଜେଡ଼ିରେ ମିଶିବା ପରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀ କାମରେ ମୁଁ ଅନୁପ୍ରାଣିତ ହୋଇଛି । ନୀବନ ଓଡ଼ିଶା , ନୂଆ ଓଡ଼ିଶାର ଗଠନରେ ମୁଁ ଗୁଣ୍ତିଚା ମୂଷା ଭାବରେ କାମ କରିବ । ମୋତେ ବିଜୁ ପରିବାରରେ କାମ କରିବାରେ ସୁଯୋଗ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ।”

ଗତକାଲି କଂଗ୍ରେସ ଛାଡ଼ିବା ପରେ ଅଧିରାଜ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଥିଲେ ଯେ, ‘ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି । କେଉଁ ଦଳକୁ ଯିବି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି । ୨୦୨୪ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି । ଓଡ଼ିଶାରେ କଂଗ୍ରେସ ଦୁର୍ବଳ ହୋଇଛି । ତେବେ କଂଗ୍ରେସରେ କୌଣସି ନେତାଙ୍କ ସହ ମୋର ମତାନ୍ତର ନାହିଁ ବୋଲି ଅଧିରାଜ ପ୍ରତିକ୍ରିୟାରେ କହିଥିଲେ। ’

ଅନ୍ୟପଟେ ଅଧିରାଜଙ୍କ ଇସ୍ତଫାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଖଡ଼ିଆଳରେ ଲଢ଼ିବା ପାଇଁ ଆମର ଯୋଗ୍ୟ ପ୍ରାର୍ଥୀ ଅଛନ୍ତି । ନିର୍ବାଚନ ଆସିଲେ ବହୁତ ଲୋକ ଆସନ୍ତି, ଯାଆନ୍ତି। ସ୍ବାର୍ଥ ପାଇଁ କିଛି ଲୋକ ଦଳ ବଦଳାଇଥାନ୍ତି ବୋଲି କହିଥିଲେ ଶରତ ପଟ୍ଟନାୟକ।