Advertisment

କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ? ଆରମ୍ଭରୁ ବିଜେପି-କଂଗ୍ରେସ କଡ଼ା ଟକ୍କର

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Karnataka Election Results 2023

Karnataka Election Results 2023

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ୩୬ଟି ଗଣତି କେନ୍ଦ୍ରରେ ମତ ଗଣନା ଆରମ୍ଭ ହୋଇଛି। ମୋଟ୍ ୨୨୪ ବିଧାନସଭା ଆସନ ପାଇଁ ମତ ହୋଇଛି। ଭୋଟ୍‌ ଗଣତି ପାଇଁ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି।

Advertisment

ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଚାଲିଥିବା ବେଳେ ପରେ ଇଭିଏମ୍ ଗଣତି ହେବ। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, କଂଗ୍ରେସ ଓ  ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଲାଟେଷ୍ଟ ଟ୍ରେଣ୍ଡ୍‌ ଅନୁସାରେ, ୨୨୪  ଆସନରୁ କଂଗ୍ରେସ ୯୪ ସିଟ୍‌ରେ ଆଗୁଆ ଥିବାବେଳେ ବିଜେପି ୮୯ ସିଟ୍‌ରେ ଆଗୁଆ ରହିଛି। ସେହିପରି ଜେଡିଏସ୍‌ ୧୮ ଆସନ ଓ ଅନ୍ୟାନ୍ୟ ପାର୍ଟି ୦୪ ସିଟ୍‌ରେ ଆଗୁଆ ରହିଛି। 

ସୂଚନାଥାଉ କି, ଗତ ୧୦ ତାରିଖରେ ହୋଇଥିବା ନିର୍ବାଚନରେ ୭୩.୧୯%  ଭୋଟ୍‌ ପଡ଼ିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିନି। ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ୍‌ କହୁଛି। କଂଗ୍ରେସକୁ କଡ଼ା ଟକ୍କର ଦେଇ ବିଜେପି ଦ୍ୱିତୀୟ ସ୍ଥାନରେ ରହିବ। ଏହା ମଧ୍ୟରେ ପୁଣିଥରେ କିଙ୍ଗ୍ ମେକର ସାଜି ପାରେ ଜେଡିଏସ।

Advertisment

୨୦୧୮ରେ ମଧ୍ୟ ଝୁଲା ବିଧାନସଭା ହୋଇଥିଲା। କଂଗ୍ରେସ ସହିତ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏଚ୍ ଡି କୁମାରସ୍ୱାମୀ । ହେଲେ ଅଧାରୁ କିଛି ବିଧାୟକ ବିଦ୍ରୋହ କରି ବିଜେପି ସହିତ ହାତ ମିଳାଇଥିଲେ । ଫଳରେ ବିଜେପି ସରକାର ଗଠନ କରିଥିଲା। 

Karnataka Election
Advertisment
Advertisment