Jharsuguda Bypoll: ୭ରେ ହାଇଭୋଲଟେଜ ପ୍ରଚାର !

ଗୋଟିଏ ଦିନରେ ରାଜ୍ୟର ୨ ବରିଷ୍ଠ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

Odisha Politics, Jharsuguda Bypoll, Naveen-Dharmendra

ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା । ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ଥିବାବେଳେ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୪ ଦିନ ରହିଛି । ତେବେ ୭ ତାରିଖରେ ଝାରସୁଗୁଡ଼ା ମାଟିରେ ହେବ ହାଇଭୋଲଟେଜ ପ୍ରଚାର। ସେହିଦିନ ରାଜ୍ୟର ୨ ବରିଷ୍ଠ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ ବୋଲି ସ୍ଥିର ହୋଇଥିବା ବେଳେ ସେପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠିଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଇଦାନକୁ ଓହ୍ଲାଇବେ । ଟଙ୍କଧରଙ୍କ ପାଇଁ ପ୍ରଚାର କରିବା ସହ ରୋଡ ସୋ’ ମଧ୍ୟ କରିବେ ଧର୍ମେନ୍ଦ୍ର । 

ତେବେ ଗତକାଲି ଝାରସୁଗୁଡା ପ୍ରଚାର ମୈଦାନରେ ବିଜେପିର ହେଭିୱେଟ ଦିଲ୍ଲୀ ସାଂସଦ ତଥା ଭୋଜପୁରୀ ଷ୍ଟାର ମନୋଜ ତିୱାରୀଙ୍କୁ ଦେଖିବାକୁ ମିଳିଥିଲା । ଝାରସୁଗୁଡା ମ୍ୟୁନିସିପାଲିଟିରେ ରୋଡ ସୋ’ କରି ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ପାଇଁ ଭୋଟ୍ ମାଗିଥିଲେ ମନୋଜ । ବିଟିଏମ ଛକରୁ ବାହାରି, ଶିରିଆ ବଗିଚା, ମଳିପଡ଼ା, ଧିପୁ ପଡ଼ା, ଚୌକି ପଡ଼ା, ବିହାରୀ ପଡ଼ା ଦେଇ ରୋଡ ସୋ’ ଚାଲିଥିଲା । ଭୋଜପୁରୀ ଗୀତ ଗାଇ ଟଙ୍କଧରଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ମନୋଜ ।

ବିଜେଡ଼ି ସରାକାରର ଭ୍ରଷ୍ଟାଚାର ନୀତି ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରି ବିଜେପିକୁ ଭୋଟ୍ ଦେବାକୁ ଭୋଟରଙ୍କୁ ଅନୁରୋଧ କରିଥିଲେ ମନୋଜ ତିୱାରୀ ।