Advertisment

ଝାରସୁଗୁଡ଼ା ଉପନିର୍ବାଚନ: କାହା ପାଖକୁ ଯିବ ଆଦିବାସୀ ଓ ଅଘରିଆ ଭୋଟ୍ ?

କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକଙ୍କୁ ଧରି ବିଜେଡି ଆଦିବାସୀ ଭୋଟ୍ ନେବାକୁ ରଣନୀତି କରିଛି। ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କୁ ବିଜେପି ସାମିଲ କରି ଆଦିବାସୀ ଭୋଟ ନେବାକୁ ଉଦ୍ୟମ କରିଛି।

ଅଦ୍ୟତନ ହୋଇଛି
Jharsuguda Bypoll

Jharsuguda bypoll

Advertisment

ଝାରସୁଗୁଡ଼ା ଉପନିର୍ବାଚନରେ ଜାତି ରାଜନୀତି। ଆଦିବାସୀ ଓ ଅଘରିଆ ଭୋଟ୍ ହାତେଇବା ପାଇଁ ଟଣାଓଟରା। ପଦ୍ମପୁର ଭଳି ଝାରସୁଗୁଡ଼ା ଉପନିର୍ବାଚନରେ ବି ଜାତି ଭୋଟକୁ ନେଇ ଅଙ୍କ କଷା। ଫୋକସରେ ରହିଛି ଆଦିବାସୀ ଓ ଅଘରିଆ ଭୋଟ୍। ଏ ଦୁଇ ସମାଜର ଭୋଟ୍ ଯେଉଁ ଦଳକୁ ଯିବ, ସେହି ଦଳ ସୁବିଧା ସ୍ଥିତିରେ ରହିବ ବୋଲି ଚର୍ଚ୍ଚା ହେଉଛି। କାହିଁକି ନା ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଅନ୍ୟ ସଂପ୍ରଦାୟ ତୁଳନାରେ ଅଧିକ ଆଦିବାସୀ ସଂମ୍ପ୍ରଦାୟର ଭୋଟର ଅଛନ୍ତି। ସମୁଦାୟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୮ ପ୍ରତିଶତ ହେଉଛନ୍ତି ଏହି ଶ୍ରେଣୀର।

Advertisment

ଅଧିକ ପଢ଼ନ୍ତୁ: ନ୍ୟାୟ ମିଳିବା କଥା ଯାହା କହୁଛନ୍ତି, ଭଗବାନ ଅଛନ୍ତି: ଦୀପାଳି ଦାସ

ବିଶେଷ କରି କିରିମିରା, ଲଇକେରା ବ୍ଲକରେ ଅଧିକ ଆଦିବାସୀ ଭୋଟର ଅଛନ୍ତି। ସେଥିରେ ଗଣ୍ଡ୍, କିଷାନ୍, ଖଡିଆ, କୋଲ, ଭୂୟାଁ ଭଳି ଅନେକ ଆଦିବାସୀ ସଂପ୍ରଦାୟ ରହିଛନ୍ତି। ଦିବଙ୍ଗତ ନେତା ନବ ଦାସ ଲଇକେରା ବ୍ଲକ୍ ଗଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ବଡଦେଓ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଥିଲେ। ନବ ଦାସଙ୍କ ଦେହାନ୍ତ ପରେ (ଫେବୃୟାରୀ ୧୧) ଝାରସୁଗୁଡ଼ାରେ ଆୟୋଜିତ ଗଣ୍ଡୱାନା ଗଣ୍ଡ ମହାସଭାର ରାଷ୍ଟ୍ରୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

ସେପଟେ କଂଗ୍ରେସରୁ ଆସି ବିଜେଡି ରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକଙ୍କୁ ଧରି ବିଜେଡି ଆଦିବାସୀ ଭୋଟ୍ ନେବାକୁ ରଣନୀତି କରିଛି। ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କୁ ବିଜେପି ସାମିଲ କରି ଆଦିବାସୀ ଭୋଟ ନେବାକୁ ଉଦ୍ୟମ କରିଛି।

Advertisment

ସେପଟେ ନିର୍ବାଚନ ମଣ୍ଡଳୀରେ ଅଘରିଆ ସମାଜର ମଧ୍ୟ ବେଶ୍ ଦବଦବା ରହିଛି। ପ୍ରାୟ ୧୮ ପ୍ରତିଶତ ଭୋଟ ଏହି ସଂପ୍ରଦାୟର। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ଏହି ଶ୍ରେଣୀର। ତାଙ୍କ ପାଇଁ ଏହି ସମାଜର ଭୋଟ୍ ପାଇବା ସହଜ ହେବ କୁହାଯାଉଥିବା ବେଳେ ବିଜେପି, ବିଜେଡି ମଧ୍ୟ ଅଘରିଆ ଭୋଟ ନେବାକୁ ସ୍ବତନ୍ତ୍ର ଷ୍ଟ୍ରାଟେଜି କରିଛନ୍ତି।

ରିପୋର୍ଟ: ଦେବେନ୍ଦ୍ର ବେହେରା

Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ