Advertisment

Jharsuguda Bypoll: ଅଲଗା ଦଳର ନେତାଙ୍କୁ BJD ଟାଣୁଥିବା କହି ବର୍ଷିଲେ ବିରୋଧୀ...

ନିରାଶ ହେବା ପରେ ଅସନ୍ତୁଷ୍ଟ ମହେନ୍ଦ୍ରଙ୍କୁ ଆଦିବାସୀଙ୍କ ଭୋଟ୍ ଗୋଟାଇବା ଆଶାରେ କୋଳେଇ ନେଇଛି ବିଜେଡି ।

ଅଦ୍ୟତନ ହୋଇଛି
Odisha Politics Over Jharsuguda Bypoll

Odisha Politics, Jharsuguda Bypoll

Advertisment

ଝାରସୁଗୁଡ଼ା ଉପ ନିର୍ବାଚନୀ ମୈଦାନରେ ଚାଲିଛି ଜୋଡ଼ତୋଡ଼ ରାଜନୀତି । କିଏ ପୁରୁଣା ଛାଡ଼ି ନୂଆ ଶିବିରକୁ ଲମ୍ଫ ମାରିଛନ୍ତି ତ ଆଉ କିଏ ସୁବିଧା ଦେଖି ଘର ବାହୁଡ଼ା ହୋଇଛନ୍ତି । ଆଦିବାସୀ ନେତା ମହେନ୍ଦ୍ର ନାୟକ, ଆଉ ତ୍ରିନାଥ ଗୁଆଲ । ୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ମହେନ୍ଦ୍ର ଏଥର ଉପନିର୍ବାଚନବେଳେ ବି ଆଶାୟୀ ଥିଲେ । କିନ୍ତୁ ନିରାଶ ହେବା ପରେ ଅସନ୍ତୁଷ୍ଟ ମହେନ୍ଦ୍ରଙ୍କୁ ଆଦିବାସୀଙ୍କ ଭୋଟ୍ ଗୋଟାଇବା ଆଶାରେ କୋଳେଇ ନେଇଛି ବିଜେଡି ।

Advertisment

ସେହିପରି ତ୍ରିନାଥ ଗୁଆଲଙ୍କ ଘର ବାହୁଡ଼ାକୁ ନେଇ ଚର୍ଚ୍ଚା । କାରଣ ଗତ ପୌର ନିର୍ବାଚନରେ ପୌରାଧ୍ୟକ୍ଷ ପଦବୀ ପାଇଁ ଲଢ଼େଇ କରି ବିଜେଡିଠାରୁ ପରାଜିତ ହୋଇଥିଲେ ତ୍ରିନାଥ। ଏଥର ବି ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପିରୁ ଟିକଟ ଆଶାୟୀ ଥିଲେ। ଏଥିରୁ ବଞ୍ଚିତ ହେବା ପରେ ପୁଣି ବାହୁଡ଼ି ଯାଇଛନ୍ତି ବିଜେଡିକୁ। ଏହି ଆୟାରାମ ଗୟାରାମ ରାଜନୀତି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସାମାଜିକ ନେତୃତ୍ୱ ଉପରେ ବିଶ୍ୱାସ ଓ ଆସ୍ଥା ରଖି ଶହୀଦ କରୁଣାକର ସିଂହ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କ ସମେତ ୪ ଜଣ ବିଜେପିର ହାତ ଧରିଛନ୍ତି।

ତେବେ ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରି ବିଜେଡି ଯେଉଁ ରଣନୀତି ଖେଳୁଛି, ତାକୁ ନେଇ ଏବେ ଜୋର ଧରିଛି ରାଜନୈତିକ ବୟାନବାଜି ।

Advertisment

ସେପଟେ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ହେଉଥିବା ଉପନିର୍ବାଚନରେ ଅନୁକମ୍ପାମୂଳକ ଭୋଟ୍ ଗୋଟାଇବାକୁ ଇମୋସନାଲ କାର୍ଡ଼ ଖେଳୁଛନ୍ତି ବିଜେଡି ପ୍ରାର୍ଥୀ ଦିପାଳୀ ଦାସ। ସବୁ ପ୍ରଚାର ମଞ୍ଚରେ ବାପାଙ୍କ ଶ୍ରୁତିଚାରଣ କରୁଛନ୍ତି, ତାଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ କାମ ସଂପର୍କରେ ଆଲୋକପାତ କରି ଇମୋସନାଲ ହେଉଛନ୍ତି ଭୋଟରଙ୍କ ସାମ୍ନାରେ । ଅପରପକ୍ଷେ ଝାରସୁଗୁଡ଼ାର ଆଇନଶୃଙ୍ଖଳା ସ୍ଥିତି ଏବଂ ଲୋକଙ୍କ ମୌଳିକ ସମସ୍ୟାକୁ ମୁଦ୍ଦା କରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଘର ଘର ବୁଲି ଭୋଟ ମାଗୁଛନ୍ତି । 

ଆସନ୍ତା ମେ’ ୧୦ରେ ହେବ ମତଦାନ । ତା’ପୂବରୁ କମ୍ପିବ ପ୍ରଚାର ମୈଦାନ। ଏସବୁ ଭିତରେ ଦଳ ଡିଆଁ ଖେଳ ଖେଳୁଥିବା ନେତା ଓ ଦଳ ଗୁଡ଼ିକୁ ଜନତା ଆଦରିବେ ନା ଅଣଦେଖା କରିବେ, ତାକୁ ଅପେକ୍ଷା ।

Advertisment

By Polls Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ